fbpx

କରୋନା ନେଲା ୧୬ ପୋଲିସକର୍ମୀଙ୍କ ଜୀବନ

କରୋନା ପ୍ରଭାବରେ ମହାରାଷ୍ଟ୍ର ଓ ମୁମ୍ବାଇରେ ବଞ୍ଚିବା କଷ୍ଟକଣ ହୋଇପଡିଛି । ସଂକ୍ରମଣ ହେତୁ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୧୩୮୮ ପୋଲିସକର୍ମୀ ଅସୁସ୍ଥ ଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେଥିରେ ମୁମ୍ବାଇର ୧୨ ଜଣ ପୋଲିସ ସାମିଲ ଅଛନ୍ତି । ଆଜି ମଧ୍ୟ ମହାରାଷ୍ଟ୍ରରେ ୩ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇର ଭିଲେ ପାର୍ଲପୋଲିସ ଷ୍ଟେସନରେ ଥିବା ୫୫ ବର୍ଷୀୟ ଅରୁଣ ରାଜରାମ ଫାଦଟେ । ମେ ୯ରେ ତାଙ୍କୁ କରୋନା ହୋଇଥିବା ଜଣାପଡିଥିଲା । ସେହିପରି ଠାଣେର ପ୍ରତିଭା ଗାୱଲୀ ନାମ ୪୫ ବର୍ଷିୟା ଜଣେ ମହିଳା ପୋଲି ଅଧିକାରୀ । ସେ ୨ ମାସ ହେବ ଅସୁସ୍ଥ ଥିବା ଜଣାପଡିଛି । ସେହିପରି ତୃତୀୟ ମୃତ୍ୟୁ ପୁଣେରେ ଥିବା କନେଷ୍ଟବଳ ଦୀପକ ସାୱନ୍ତଙ୍କ ହୋଇଛି ।

Get real time updates directly on you device, subscribe now.