fbpx

ମୟାନଗରୀରୁ ୧୪୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ୫ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର କ୍ରାଇମ୍‌ବ୍ରାଞ୍ଚର ଆଣ୍ଟି ନାର୍କେଟିକ୍ସ ସେଲ୍‌, ୱର୍ଲି ୟୁନିଟ୍‌ ପାଲଘର ଜିଲ୍ଲାର ନାଲାସୋପାରାରେ ଔଷଧ ନିର୍ମାତା କମ୍ପାନୀ ଉପରେ ରେଡ୍‌ କରିଛି । ଏହି ଅବସରରେ ୧୪୦୦ କୋଟି ଟଙ୍କାର ୭୦୦ କିଲୋରୁ ଊଦ୍ଧ୍ୱର୍ ମେଫେଡ୍ରୋନ୍‌ (ଡ୍ରଗ୍ସ) ଜବତ କରାଯାଇଛି । ଏହି ମାମଲାରେ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୪ ଅଭିଯୁକ୍ତ ମୁମ୍ବାଇର ହୋଇଥିବାବେଳେ ଜଣେ ନାଲାସୋପାରାରୁ ଧରାହୋଇଛନ୍ତି । ସିସିି (ଏଏନ୍‌ସି) ଦତ୍ତା ନାଲୱାଡେ ପ୍ରେସ୍‌ କନ୍‌ଫରେନ୍ସ ଜରିଆରେ

ସୂଚନା ଦେଇଛନ୍ତି କି ୫୨ ବର୍ଷୀୟ ମୁଖ୍ୟ ଅଭିଯୁକ୍ତଙ୍କ ନିକଟରେ ଅର୍ଗାନିକ୍‌ କେମିଷ୍ଟ୍ରିରେ ପୋଷ୍ଟ ଗ୍ରାଜୁଏଟ୍‌ କରି ଡ୍ରଗ୍ସ ପ୍ରସ୍ତୁତ କରିବାର ଫର୍ମୂଲା ହାସଲ କରିନେଇଥିଲା ଓ ନିଜେ ଡ୍ରଗ୍ସ ତିଆରିରେ ଲିପ୍ତ ଥିଲା । ଏହି ଡ୍ରଗ୍ସ ଉଚ୍ଚମାନର ଥିବାବେଳେ ଅଭିଯୁକ୍ତଜଣକ ଏହାକୁ ବିକ୍ରି କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର କରୁଥିବା ଜଣାଯାଇଛି ।

Get real time updates directly on you device, subscribe now.