fbpx
BJD
BJD SKY
BJD SKY

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ଲାଗୁ ହେଲା ୧୪୪ ଧାରା

ବାରିପଦା: ଆଜିଠାରୁ ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି । ଆଜିଠାରୁ ଆରମ୍ଭ କରି ବାହୁଡ଼ା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେଠାକାର ଦାୟିତ୍ୱରେ ରହିବେ ୩ ପ୍ଲାଟୁନ୍ ପୁଲିସ୍ ଏବଂ ୨୦ ଅଫିସର୍ । ତେବେ ଜଗନ୍ନାଥ ମନ୍ଦର ଚାରିପାଖ ୫ ଶହ ମିଟର୍ ଦୂରତାରେ ୧୪୪ ଧାରା ଲାଗୁ କରାଯିବ ବୋଲି ଜଣାପଡ଼ଛି । କରୋନା ମହାମାରୀ ଜାରି ରହିଥିବା କାରଣରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକଙ୍କ ଭିଡ଼ କରିବାକୁ ଦିଆଯାଉନଥିବା ବେଳେ ମନ୍ଦରକୁ ଆସିବା ରାସ୍ତାରେ ବାରିକେଡ୍ କରାଯାଇଛି । ଏଥିସହିତ ଗାଡ଼ି ଚଳପ୍ରଚଳକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

Get real time updates directly on you device, subscribe now.