fbpx

ପୁରୀରୁ ଉଠିଲା ଧାରା ୧୪୪,କର୍ଫ୍ୟୁ ବଳବତ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶେଷ ହୋଇଥିବା ବେଳେ ପୁରୀ ସହରରେ ଲାଗୁ କରାଗଯାଇଥିବା ଧାରା ୧୪୪ ହଟାଯାଇଛି । ବାହୁଡା ଯାତ୍ରା ଉପଲକ୍ଷେ ୪୮ ଘଣ୍ଟିଆ କର୍ଫ୍ୟୁ ସହିତ ଧାରା ୧୪୪ ଲାଗୁ କରାଯାଇଥିଲା । ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମାପ୍ତ ହେବା ପରେ ପୁରୀ ସହରରୁ ଧାରା ୧୪୪ ହଟା ଦିଆଯାଇଛି । ତେବେ ମନ୍ଦିର ନିକଟବର୍ତ୍ତୀ ଗଳି ସହିତ ମାର୍କେଟ ଛକରୁ କାକୁଡି ଖାଇ ଛକ ପର୍ଯ୍ୟନ୍ତ ଧାରା ୧୪୪ ବଳବତ୍ତର ରହିବ । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ କର୍ଫ୍ୟୁ ବଳବତ୍ତର ରହିବ । ସୁନାବେଶ, ଅଧର ପଣା ଓ ନୀଳାଦ୍ରି ବିଜେ କାରଣରୁ ଆସନ୍ତା ଜୁଲାଇ ୨୪ ତାରିଖ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ।

Get real time updates directly on you device, subscribe now.