fbpx

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି । ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ୧୪ଜଣଙ୍କ ମଧ୍ୟରେ ୫ଜଣ ପୁରୁଷ ରହିଛନ୍ତି । ତାଙ୍କର ବୟସ ଯଥାକ୍ରମେ ୩୮, ୩୫ , ୩୪,୬୨ ରହିଛି । ତିନି ଜଣ ଯୁବକ ରହିଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ୨୯ ଓ ଜଣଙ୍କୁ୧୨ବର୍ଷ । ଦୁଇଜଣ ଶିଶୁ ରହିଛନ୍ତି, ତାଙ୍କର ବୟସ ୩ (ପୁଅ), ୩ବର୍ଷ (ଝିଅ) । ସେହିପରି ୪ଜଣ ମହିଳା ଥିବା ବେଳେ ଜଣେ ଯୁବତୀ ରହିଛନ୍ତି । ସେମାନଙ୍କ ବୟସ ୫୨, ୪୦,୮୫,୩୬,୨୦ ରହିଛି । ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଲିଙ୍କ ଥିବା ନେଇ ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।


ରାଜ୍ୟରେ ୧୪୨ଜଣ ଆକ୍ରାନ୍ତ ଜିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଦ୍ୟରୁ ୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.