fbpx

ଆଜି ଗୋଟିଏ ଦିନରେ ସର୍ବାଧିକ ପଜିଟିଭ୍ କେସ୍: ବାଗଚୀ

ଭୁବନେଶ୍ୱର, ୩୦ା୪(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଆଦିବାସୀଙ୍କ ଉନ୍ନତି ସହ ଜଙ୍ଗଲ ସୁରକ୍ଷା ନେଇ ସରକାର ସଚେତନ ଅଛନ୍ତି । କାରଣ ଆଦିବାସୀ ଜଙ୍ଗଲ ସହ ଜଡ଼ିତ ଅଛନ୍ତି । ଏବେ ୧୨କୋଟି ଚାରା ପ୍ରସ୍ତୁତ ହୋଇସାରିଛି । ଜୁନରୁ ୨ଲକ୍ଷ ହେକ୍ଟରରେ ବନୀକରଣ ଲକ୍ଷ୍ୟ ରହିଛି ।
ବିଭିନ୍ନ ସରକାର ଓ ବେସରକାରୀ ଓ ଶିଳ୍ପ ସଂସ୍ଥାକୁ ଯାତାୟତକୁ ସହଜ କରିବାକୁ କିଛିଟା କଟକଣା କୋହଳ କରାଯାଇଛି । ସର୍ବାଧିକ ୩୦% କର୍ମଚାରୀ କାମ କରିପାରିବେ ବୋଲି ସୂଚନା ମିଳିଛି । ଦୁଇ ଚକିଆରେ କେବଳ ଚାଳକ ଏବଂ ଚାରି ଚକିଆରେ ଦୁଇ ଜଣ ଯାତାୟତ କରିପାରିବେ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗାଇଡ଼ ଲାଇନ ଜାରି ହୋଇଛି । କିନ୍ତୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ଗୁଡ଼ିକରେ କୌଣସ ଅଫିସ ଓ ସଂସ୍ଥା ଖୋଲାଯାଇପାରିବ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ମଧ୍ୟରାତ୍ରି ସୁଦ୍ଧା ୩୧୬୯୬ନମୁନା ପରୀକ୍ଷା କରାଯାଇଥିଲା । ରାଜ୍ୟରେ ୧୪୨ଜଣ ଆକ୍ରାନ୍ତ ଜିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨କୁ ବୃଦ୍ଧି ପାଇଛି । ଏହାସହ ଆଜି ଗୋଟିଏ ଦିନରେ ସର୍ବାଧିକ ୧୭ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.