fbpx

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୫କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୮ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନାରେ ୪୬୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.