fbpx

୧୫ ଲକ୍ଷ ଟଙ୍କାର ବେଆଇନ ଗୁଟଖା ଜବତ

ମାଲକାନଗିରି, ୧୩ା୧୨ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ବସଷ୍ଟାଣ୍ଡରୁ ୧୫ ଲକ୍ଷ ଟଙ୍କାର ବେଆଇନ ଗୁଟଖା ଜବତ କରାଯାଇଛି । ଏଗୁଡ଼ିକୁ ଅନ୍ୟ ସ୍ଥାନକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି ।

ତେବେ ବେଆଇନ ଗୁଟଖା ଚାଲାଣ ସମ୍ବନ୍ଧରେ ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା । ପରେ ପୋଲିସ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଥିଲା । ଟାଉନ ଥାନା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଏହିପରି ପୋଲିସ ଅନ୍ୟ ୫ଟି ସ୍ଥାନରେ ମଧ୍ୟ ଚଢ଼ାଉ କରି ବିପୁଳ ଗୁଟଖା ଜବତ କରିଥିବା ଜଣାଯାଇଛି ।

Get real time updates directly on you device, subscribe now.