fbpx
BJD SKY
BJD SKY

ଆସୁଛି କ୍ରିଶ-୪, ହ୍ରିତିକ୍ ରୋଶନ ଦେଲେ ସବୁଜ ସଙ୍କେତ

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନଙ୍କ ଅଭିନୀତ ସୁପର୍ ହିଟ୍ ଫିଲ୍ମ କ୍ରିଶ ଏହାର ରିଲିଜର ୧୫ ବର୍ଷ ପୂରଣ କରିଛି । ଏହି ଫିଲ୍ମରେ ହ୍ରିତିକ ରୋଶନ, ଅଭିନେତ୍ରୀ ରେଖା, ପ୍ରିୟଙ୍କା ଚୋପ୍ରା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ  କରିଥିବାବେଳେ ରାକେଶ ରୋଶନ ନିର୍ଦ୍ଦେଶନା ଦେଇଥିଲେ । ୨୦୦୩ରେ ରିଲିଜ ହୋଇଥିବା ଫିଲ୍ମ “କୋଇ ମିଲ୍ ଗୟା’ର ସିକ୍ୱେଲ ହେଉଛି କ୍ରିଶ । ଏହା ପରେ ଏହି ଫିଲ୍ମର ତୃତୀୟ ପାର୍ଟ “କ୍ରିଶ-୩’ ମଧ୍ୟ ୨୦୧୩ରେ ରିଲିଜ୍ ହୋଇଥିଲା । ବର୍ତ୍ତମାନ ଫ୍ୟାନମାନେ ଫିଲ୍ମର ଆଗାମୀ ସଂସ୍କରଣ ଅର୍ଥାତ କ୍ରିଶ-୪ ପାଇଁ ଅପେକ୍ଷା କରିଥିବାବେଳେ  ହ୍ରିତିକ୍ ରୋଶନ ଦେଇଛନ୍ତି ସବୁଜ ସଂକେତ ।

ହ୍ରିତିକ କ୍ରିଶର ୧୫ ବର୍ଷ ପୂର୍ତ୍ତି ଅବସରରେ କରିଥିବା ଟ୍ୱିଟରେ ଫ୍ୟାନ ମାନଙ୍କୁ କ୍ରିଶ-୪ ଖବ୍ ଶୀଘ୍ର ଆସିବା ନେଇ ସଙ୍କେତ ଦେଇଛନ୍ତି । ଦେଖନ୍ତୁ ତାଙ୍କର ଏହି ଟ୍ୱିଟ୍…

ସୂଚନା ଅନୁଯାୟୀ କ୍ରିଶ-୪ରେ ଦର୍ଶକଙ୍କୁ ବହୁ ରୋମାଞ୍ଚର ଦୃଶ୍ୟ ଓ ପରିକଳ୍ପନାର ରୂପରେଖ ଦେଖିବାକୁ ମିଳିପାରେ । ଏହା ସହ ଫିଲ୍ମରେ ପୁୂଣିଥରେ ସସସ୍ତଙ୍କ ପ୍ରିୟ ‘ଜାଦୁ’ ମଧ୍ୟ ଦେଖିବାକୁ ମିଳିପାରେ ।

କ୍ରିଶ ଫିଲ୍ମ ବୈଜ୍ଞାନିକ ଭିତ୍ତିକୁ ଗୁରୁତ୍ୱ ଦେଇ ପ୍ରସ୍ତୁତି ହୋଇଥିଲା । ପ୍ରଥମ ଫିଲ୍ମ “କୋଇ ମିଲ୍ ଗୟା’ ମଧ୍ୟ ବୈଜ୍ଞାନକ କଥାବସ୍ତୁ ଉପରେ ଆଧାରିତ ହୋଇଥିଲା । ଫିଲ୍ମରେ ହ୍ରିତିକ ରୋଶନ ରୋହିତ ମେହରା ଭୂମିକାରେ ଅଭିନୟ କରିଥିଲେ । ଯେଉଁଠାରେ ରୋହିତ ନିଜ ବାପାଙ୍କ ଦ୍ୱାରା ତିଆରି କରାଯାଇଥିବା ଏକ କମ୍ପ୍ୟୁଟର ଦ୍ୱାରା ବାହାର ଗ୍ରହରେ ଥିବା ଏଲିୟନ ଜାଦୁ ସହ ଯୋଗାଯୋଗ କରିଥିଲେ । ସେହିଭଳି କ୍ରିଶ ଫିଲ୍ମରେ ରୋହିତ ନିଜେ ଏକ ଟାଇମ ମେସିନ୍ ତିଆରି କରିଥିଲେ । ତେବେ ଉଭୟ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । କ୍ରିଶ-୪ରେ ଟାଇମ ଟ୍ରାଭେଲକୁ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.