fbpx
BSKY SKY
BSKY SKY

କାଙ୍ଗାଳ ପାକିସ୍ତାନକୁ ଶକ୍ତ ଝଟକା, ପୁଣି ଏଫଏଟିଏଫର ଗ୍ରେ ଲିଷ୍ଟରେ ସାମିଲ୍

BSKY

ଇସଲାମାବାଦ: ଆତଙ୍କୀ ସଂଗଠନର ସବୁଠାରୁ ବଡ ସପୋର୍ଟର ପାକିସ୍ତାନକୁ ଲାଗିଛି ଶକ୍ତ ଝଟକା । ପୁଣି ଥରେ ଫାଇନାଲସିଆଲ ଟାସ୍କ ଫୋର୍ସ(ଏଫଏଟିଏଫ)ର ବୈଠକରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ସ୍ଥିତିରେ ଦୁର୍ବଳ ଥିବା ପାକିସ୍ତାନ ପାଇଁ ଅଡୁଆ କମିବା ବଦଳରେ ବଢ଼ିବାରେ ଲାଗିଛି ।

ପାକିସ୍ତାନ ପୁଣି ଥରେ ଗ୍ରେ ଲିଷ୍ଟରେ ରହିବାର ଅର୍ଥ ଏହାର ସ୍ଥିତି ଆହୁରି ଦୟନୀୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ(ଆଇଏମଏଫ), ବିଶ୍ଵ ବ୍ୟାଙ୍କ ଓ ୟୁରୋପୀୟ ସଂଘରୁ ଆର୍ଥିକ ସାହାୟତା ମିଳିବା ମୁସ୍କିଲ ହୋଇଯିବ। ପୂର୍ବରୁ କାଙ୍ଗାଳ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିବ। ଅନ୍ୟ ଦେଶରୁ ପାକିସ୍ତାନକୁ ଆର୍ଥିକ ସହାୟତା ମିଳିବା ବନ୍ଦ ହୋଇଯିବ। କୌଣସି ବି ଦେଶ ଆର୍ଥିକ ଭାବେ ଅସ୍ଥିର ଦେଶରେ ନିବେଶ କରିବାକୁ ଚାହିଁବେ ନାହିଁ।

ଏଫଏଟିଏଫର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ୨୭ କାର୍ଯ୍ୟବିନ୍ଦୁ ମଧ୍ୟରୁ ଏ ପର୍ଯ୍ୟନ୍ତ କେବଳ ୨୬ ପୂରା କରିଛି । ବାକି ଗୋଟିଏ ବିନ୍ଦୁ ଲାଗୁ କରିବାକୁ ପାକିସ୍ତାନକୁ ଅତି କମରେ ଦୁଇରୁ ତିନି ମାସର ସମୟ ଲାଗିବ । ପାକିସ୍ତାନ ଏହି ନିଷ୍ପତ୍ତିକୁ ଭେଦଭାବପୂର୍ଣ୍ଣ ବୋଲି କହିଛି । ପାକିସ୍ଥାନକୁ ଗ୍ରେ ଲିଷ୍ଟ ରେ ରଖାଯିବା ପରେ ପଡୋଶୀ ଆତଙ୍କୀ ଦେଶ ପ୍ରଶ୍ନ କରିଛି ଯେ, ପାକିସ୍ତାନ ଏତେ ସବୁ ବିନ୍ଦୁ ଉପରେ କାମ ପୂରା କରି ସାରିବା ପରେ ମଧ୍ୟ ତାକୁ ଗ୍ରେ ଲିଷ୍ଟରେ ରଖାଯାଇଛି ?

ବର୍ତ୍ତମାନ ଏଫଏଟିଏଫର ଏହି ନିଷ୍ପତ୍ତି କାରଣରୁ ପାକିସ୍ତାନକୁ ପ୍ରାୟ ୩୮ ଅରବ ଡଲାର(୨୭, ୫୨, ୭୬, ୧୮,୦୦,୦୦୦ ଟଙ୍କା) କ୍ଷତି ଉଠାଇବାକୁ ପଡିବ । ଇସଲାମାବାଦ ସ୍ଥିତ ତବାଦଲାବ ନାମକ ସ୍ଵତନ୍ତ୍ର ଥିଙ୍କ ଟ୍ୟାଙ୍କ ତବାଦଲାବ ନିଜର ରିପୋର୍ଟରେ କହିଛି ଯେ, ୨୦୦୮ ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବା କାରଣରୁ ୩୮ ଅରବ ଡଲାର ଜିଡିପି କ୍ଷତି ଘଟିଛି । ପାକିସ୍ତାନକୁ ୨୦୧୮ ଜୁନରେ ଧୂସର ତାଲିକାଭୁକ୍ତ କରାଯାଇଥିଲା ।

Get real time updates directly on you device, subscribe now.