fbpx

ପ୍ରଥମ ମହିଳା ଜୁଡୋକା ଭାବରେ ସୁଶୀଳାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଳୀ(ଓଡ଼ିଶା ଭାସ୍କର) : ପ୍ରଥମ ଭାରତୀୟ ମହିଳା ଜୁଡୋକା ଭାବରେ ସୁଶୀଳା ଦେବୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଶୁକ୍ରବାର ଆନ୍ତର୍ଜାତୀୟ ଜୁଡୋ ଫେଡେରେସନ୍ ପକ୍ଷରୁ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇବା ପରେ ସୁଶୀଳାଙ୍କ ଟୋକିଓ ଟିକେଟ ସ୍ପଷ୍ଟ ହୋଇଛି । ୪୮ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରୁଥିବା ସୁଶୀଳା ୯୮୯ ପଏଣ୍ଟ ସହିତ କଣ୍ଟିନେଣ୍ଟାଲ କୋଟାରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଏସିଆ ମହାଦେଶ ପାଇଁ ୧୦ଟି କଣ୍ଟିନେଣ୍ଟାଲ କୋଟା ସୁରକ୍ଷିତ ରହିଥିବା ବେଳେ ନିଜ ବର୍ଗରେ ୭ନମ୍ବର ସ୍ଥାନରେ ରହି ଟୋକିଓ ଟିକଟ ନିଶ୍ଚିତ କରିଛନ୍ତି ସୁଶୀଳା ।

୨୬ ବର୍ଷୀୟା ସୁଶୀଳାଙ୍କର ଏହା ପ୍ରଥମ ଅଲିମ୍ପିକ୍ସ ହୋଇଥିବା ବେଳେ ଦେଶର ପ୍ରଥମ ମହିଳା ଜୁଡୋକା ଭାବରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି । ଦେଶର ଦ୍ୱିତୀୟ ଜୁଡୋକା ଭାବେ ସୁଶୀଳା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ପୁରୁଷ ବର୍ଗରେ ୯୦ କିଗ୍ରା ବର୍ଗରେ ଅବତାର ସିଂ ଏକମାତ୍ର ଭାରତୀୟ ଜୁଡୋକା ଭାବରେ ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.