fbpx

‘ପିନାକ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ‘ପିନାକ’ ରକେଟର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଦ୍ୱାରା ବାଲେଶ୍ୱର ଚାନ୍ଦିପୁର ଘାଟିରୁ ‘ପିନାକ’ର ସଫଳ ପରୀକ୍ଷଣ ହୋଇଛି । ୪୫ କିଲୋମିଟର ଦୂରତାରୁ ଟାର୍ଗେଟ କରି ଧ୍ୱଂସ କରିପାରେ ଏହି ‘ପିନାକ’ ରକେଟ ।

ଏହାର କିଛିଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଲଞ୍ଚପ୍ୟାଡ-୩ରୁ ୧୦ଟା ୪୩ରେ ‘ନିର୍ଭୟ’ର ପରୀକ୍ଷଣ ହୋଇଥିଲା । ତେବେ ଦୂରଗାମୀ ସବ୍ସୋନିକ କ୍ରୁଜ କ୍ଷେପଣାସ୍ତ୍ର ହେଉଛି ‘ନିର୍ଭୟ’ । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଥିବା ବେଳେ ଏହା ୨ କ୍ୱିଣ୍ଟାଲ ଯାଏ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ।

Get real time updates directly on you device, subscribe now.