fbpx
BJD
BJD SKY
BJD SKY

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବିଜୟ ନାଏକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ୟ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ୟ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ୟ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ୟ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଉ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ତେବେ ଟିକେଟ କଟିବା କାରଣରୁ ବହୁ ଆଶାୟୀ ଦଳ ଛାଡ଼ୁଛନ୍ତି । ଏହା ମଧ୍ୟରେ ପୂର୍ବତନ ବିଧାୟକ ବିଜୟ ନାଏକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ଆସନରୁ ବିଜୟ ଆଶାୟୀ ରହିଥିଲେ । ଉକ୍ତ ଆସନରୁ ସେ ବିଜେଡିରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ଦଳ ଏଥର ତାଙ୍କୁ ଟିକେଟ ଦେଇନଥିଲା । ତେଣୁ ବିଜୟ ୧ ହଜାରରୁ ଅଧିକ ସମର୍ଥକଙ୍କୁ ନେଇ ଏକ ବୈଠକ କରିବା ସହିତ ସ୍ୱାଧିନ ଭାବେ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେ ଗତ ୨୦୦୯ ଓ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲୋ ।

Get real time updates directly on you device, subscribe now.