fbpx

OTP ଫ୍ରଡରୁ ବଞ୍ଚାଇବ Android 15, ସ୍କାମ ରୋକିବାର ଉପାୟ ବାହାରକଲା Google

Advertisement

ନୂଆଦିଲ୍ଲୀ: ଗୁଗୁଲ Android 15 ର ନୂଆ ବିଟା ଭର୍ଜନ ଲଞ୍ଚ କରିଛି । ଆଗାମୀ କିଛି ମାସରେ ୟୁଜର୍ସଙ୍କୁ Android 15 ର ଷ୍ଟେବଲ ଭର୍ଜନ ମିଳିଯିବ । Android 15 ର ବିଟା ଭର୍ଜନରେ ଗୁଗୁଲ ଅଧିକ ଫିଚରକୁ ଲାଇଭ କରିଛି । ଏହି ଫିଚର୍ସରେ ଏକ ଓଟିପି ଫ୍ରଡରେ ଲୋକଙ୍କୁ ରକ୍ଷା କରିବା ପାଇଁ ନୂଆ ଫିଚର ଯୋଡାଯାଇଛି ।

ନିଜ ଆନୁଆଲ ଡେଭଲପର୍ସ କନଫ୍ରେସ Google I/O ରେ କମ୍ପାନୀ କହିଛି ଯେ, Android 15 ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ ମିଳିବ । କମ୍ପାନୀ କହିଛି ଯେ, ଏହି ଏଆଇ ପାୱର୍ଡ ପ୍ରୋଟେକ୍ସନ ରହିବ, ଯାହାର ବ୍ୟବହାର କରି ଫ୍ରଡ ଏବଂ ସ୍କାମକୁ ରୋକାଯାଇପାରିବ । କମ୍ପାନୀ କହିଛି ଯେ, ଏହି ଏଆଇ ପାୱର୍ଡ ପ୍ରୋଟେକ୍ସନ ରହିବ, ଯାହାର ବ୍ୟବହାର କରି ଫ୍ରଡ ଏବଂ ସ୍କାମକୁ ରୋକାଯାଇ ପାରିବ ।

ଅଧିକ ପ୍ରୋଟେକ୍ସନ ପାଇଁ ଅନେକ ଆପ୍ସକୁ ନୋଟିଫିକେସନରେ ଓଟିପିର ଆକ୍ସେସ ମିଳିବ ନାହିଁ । ଯଦି ଆପଣ ୱିରେବଲ କମ୍ପାନିଅନ ଆପ ବ୍ୟବହାର କରୁଛନ୍ତି, ତେବେ Android 15ରେ ତାଙ୍କୁ ଓଟିପିର ଆକ୍ସେସ ମିଳିବ ନାହିଁ । ଏଥିରେ ସ୍ପାଇୱେୟାରକୁ ଓଟିପିର ଆକ୍ସେସ ମିଳିବ ନାହିଁଳ । ଅର୍ଥାତ ନୂଆ ଆଣ୍ଡ୍ରୋଏଡ ଭର୍ଜନରେ ଓଟିପିର ଆକ୍ସେସ ମେଲୱେୟାରକୁ ମିଳିବ ନାହିଁ ।

Get real time updates directly on you device, subscribe now.