fbpx

‘ଏଣିକି ଓଡ଼ିଆ ଭାଷାରେ ହେବ ମେଡିକାଲ ପାଠପଢା, ୩ ଜିଲ୍ଲାରେ ହେବ ଆଇଟି ପାର୍କ:’ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Advertisement

ସମ୍ବଲପୁର: ଦେଶରେ ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ଶେଷ ହୋଇସାରିଛି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀମାନଙ୍କର ରାଜ୍ୟକୁ ଘନ ଘନ ଆସିବା ଦେଖିବାକୁ ମିଳୁଛି । ତେବେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ଜନସଭାକୁ ସମ୍ବୋଧିତ କରୁଛନ୍ତି । ଏହି ସମୟରେ ସେ ଲୋକମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ବଲପୁରରେ ମେଡିକାଲ କଲେଜ ଖୋଲିବାର ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ହେବ । ଏଥିସହ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଉତ୍କଳ ପ୍ରଦେଶରେ ଉତ୍କଳର ପୁଅ ଶାସନ କରିବ । ଓଡ଼ିଆ କହିପାରୁଥିବା ବ୍ୟକ୍ତି ଶାସନ କରିବେ । ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ । ଓଡ଼ିଶାବାସୀ ବିଜେପିକୁ ଭୋଟ୍ ଦିଅନ୍ତୁ ବୋଲି କହି ନିବେଦନ କଲେ ଅମିତ ଶାହା ।

ସେ ଆହୁରି ପ୍ରତିଶ୍ରୁତି ଦେଇଛନ୍ତି ଯେ, ୩ ଟି ଜିଲ୍ଲାରେ ଆଇଟି ପାର୍କ କରାଯିବ । ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ୱର ଜିଲ୍ଲାରେ ଆଇଟି ପାର୍କ ହେବ ବୋଲି କହିଛନ୍ତି ।ଏଥିସହ ୧୫ ଲକ୍ଷ ଗରିବଙ୍କୁ ଘର ଯୋଗାଯିବ । ସେ ଆହୁରି ଏକ ବଡ଼ ଘୋଷଣା କରୁିଛନ୍ତି ଯେ, ଓଡିଆ ଭାଷାରେ ମେଡିକାଲ ପାଠପଢାଯିବ ।

Get real time updates directly on you device, subscribe now.