fbpx

କଥାବାର୍ତ୍ତା କରୁଥିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ବ୍ୟକ୍ତିତ୍ୱ ଉପରେ ପଡ଼ିଥାଏ ପ୍ରଭାବ

Advertisement

ଓଡ଼ିଶା ଭାସ୍କର: ପରସ୍ପର ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ପାଇଁ କଥାବାର୍ତ୍ତା ହେଉଛି ଏକ ମାଧ୍ୟମ । ନିଜ କଥାବାର୍ତ୍ତା ମାଧ୍ୟମରେ ଅନ୍ୟ ଉପରେ ପକାଇବା ହେଉଛି ଏକ କଳା । କିନ୍ତୁ ଅନେକ ସମୟରେ କଥାବାର୍ତ୍ତା ହୋବା ସମୟରେ କିଛି ଭୁଲ ହୋଇଥାଏ ଯାହାର ପରିଣାମ ବହୁତ ମହଙ୍ଗା ପଡ଼ିପାରେ । ପର୍ସନାଲିଟିକୁ ଉତ୍ତମ କରିବା ପାଇଁ ବ୍ୟକ୍ତି ନିଜ କଥା କହିବା ଶୈଳୀ ଉପରେ ଧ୍ୟାନ ଦେବା ଉଚିତ । କଥାବାର୍ତ୍ତା ସମୟରେ କିଛି ଭୁଲ ଆମ ପର୍ସନାଲିଟି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କଥାବାର୍ତ୍ତା ହେବା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

୧. ହସ୍ତକ୍ଷେପ କରନ୍ତୁ ନାହିଁ: ଆପଣଙ୍କ ସହ ଜଣେ କଥାବାର୍ତ୍ତା ହେଉଥିଲେ କଥା ମଝିରେ ହସ୍ତକ୍ଷେପ କରନ୍ତୁ ନାହିଁ । ଏହା ଦ୍ୱାରା ବ୍ୟକ୍ତି ନିଜ ବିଚାରକୁ ଉଚିତ ଭାବରେ ବ୍ୟକ୍ତ କରିପାରିନଥାଏ । ତେଣୁ ସାମ୍ନା ବ୍ୟକ୍ତିର ପୂରା କଥା ଶୁଣିବା ପରେ ନିଜ ମତ ରଖନ୍ତୁ ।

୨. ଆଲୋଚନା କରନ୍ତୁ ନାହିଁ: ଆପଣ କଥା ହେଉଥିବା ବ୍ୟକ୍ତିଙ୍କ ସାମ୍ନାରେ ଅନ୍ୟମାନଙ୍କୁ ନେଇ ଆଲୋଚନା କିମ୍ବା ଖରାପ କଥା କୁହନ୍ତୁ ନାହିଁ । ଏହା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । ସବୁବେଳେ ନ୍ୟୁଟ୍ରାଲ ଭାଷା ପ୍ରୟୋଗ କରନ୍ତୁ । ଆପଣଙ୍କ ଭାଷାର ଶାଳୀନତା ଆଧାରରେ ସାମ୍ନା ବ୍ୟକ୍ତି ଆପଣଙ୍କୁ ଜଜ୍ କରିଥାଏ ।

୩. ସାମ୍ନା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଅନ୍ତୁ: ସାମ୍ନା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ସମୟରେ ଅନ୍ୟ କାର୍ଯ୍ୟ କରନ୍ତୁ ନାହିଁ । ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେଲେ ଅପମାନିତ ଅନୁଭବ କରିଥାନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କ ମନରେ ଆପଣଙ୍କ ପ୍ରତି ଥିବା ଧାରଣାରେ ପରିବର୍ତ୍ତନ ଦେଖାଦିଏ ।

୪. ଆବଶ୍ୟକତାରୁ ଅଧିକ କଥାବାର୍ତ୍ତା: ଅଧିକାଂଶ ସମୟରେ ବ୍ୟକ୍ତିର ମେଳାପି ପ୍ରକୃତି ହିଁ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ବେଳେ ବେଳେ ଅଯଥା କଥାବାର୍ତ୍ତା ଦ୍ୱାରା ସାମ୍ନା ବ୍ୟକ୍ତି ଚିଡ଼ଚିଡ଼ା ହୋଇଯାଏ । ଆବଶ୍ୟକତା ଠାରୁ ଅଧିକ କଥାବାର୍ତ୍ତା ହେବା ବ୍ୟକ୍ତିତ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

୫. ସାହାଯ୍ୟ ପାଇଁ ଆଦେଶ ଦିଅନ୍ତୁ ନାହିଁ: ଅସୁବିଧା ସମୟରେ ଅନ୍ୟର ସାହାଯ୍ୟ କରିବା ଏକ ଭଲ ଅଭ୍ୟାସ । କାହାକୁୁ ଆଦେଶ କରିବା ଶୈଳୀରେ ସାହାଯ୍ୟ ମାଗିବା ଠାରୁ ଦୂରେଇ ରୁହନ୍ତୁ । ପରିମାଣ ସ୍ୱରୂପ ସାମ୍ନା ବ୍ୟକ୍ତି ସାହାଯ୍ୟ କରିବା ପାଇଁ ମନା ମଧ୍ୟ କରିପାରେ । ସବୁବେଳେ ସମ୍ମାନଜନକ ଶବ୍ଦର ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.