fbpx

ବାଲେଶ୍ୱରରେ ପ୍ରଚାର ପାଇଁ ଟ୍ରେନରେ ଗଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସେଠାରେ ରହି ଲୋକଙ୍କ ସମସ୍ୟା ବୁଝିବେ ବୋଲି କହିଲେ

Advertisement

ଭୁବନେଶ୍ୱର: ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର କାର୍ଯ୍ୟ । ଏଥିପାଇଁ ରାଜ୍ୟକୁ କେନ୍ଦ୍ର ନେତୃମଣ୍ଡଳୀଙ୍କ ସୁଅ ଛୁଟିବାରେ ଲାଗିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି କ୍ରମରେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସରେ ବାଲେଶ୍ୱର ଅଭିମୁଖେ ପ୍ରଚାର ପାଇଁ ଯାଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ସମୟରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଏବଂ ଓଡ଼ିଶାରେ ଏଥର ବିଜେପି ସରକାର ହେବ ବୋଲି କହିଥିଲେ ।

୨୪ ବର୍ଷ ହେଲା ରାଜ୍ୟବାସୀ ବିଜେଡି ସରକାରକୁ ଦେଖିଲେଣି । ହେଲେ ରାଜ୍ୟରେ ବିକାଶର ଧାରା ବହୁତ ମନ୍ଥର । ସ୍କୁଲରେ ଶିକ୍ଷକ ନାହାନ୍ତି, ହସ୍ପିଟାଲରେ ଡାକ୍ତରଙ୍କ ଅଭାବ । ଆଜି ବି ଲୋକେ ଦାଦନ ଯାଉଛନ୍ତି । ତେଣୁ ଲୋକେ ଏଥର ବିଜେପିକୁ ବାଛିବେ । ଏଥର ଓଡ଼ିଶାରେ ବିଜେପି ସରକାର ଗଠନ ହେବ ବୋଲି କହିଥିଲେ ଅମିତ ସାହା । ଏହା ସହ ଅଶ୍ୱିନୀ କହିଛନ୍ତି, ୨୦୧୪ ପରେ ରାଜ୍ୟରେ ରେଳ ଲାଇନରେ ବିକାଶ ହୋଇଛି । ୩ ହଜାର ୭୯୯ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ କାମ ଚାଲିଛି । ଜଙ୍ଗଲ ଭିତରେ ଟନେଲ କାମ ମଧ୍ୟ ଜାରି ରହିଛି । ୫୨ଟି ଷ୍ଟେସନକୁ ନବୀକରଣ କରାଯିବା ପ୍ରୟାସ ଜାରି ରହିଛି । ବାଲେଶ୍ୱର ଷ୍ଟେସନର ରୂପରେଖ ମଧ୍ୟ ବଦଳୁଛି ବୋଲି କହିଛନ୍ତି ରେଳମନ୍ତ୍ରୀ । ତେବେ ବାଲେଶ୍ୱରରେ ୩ ଦିନ ରହି ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା କଥା ବୁଝିବେ ବୋଲି କହିଛନ୍ତି ବୈଷ୍ଣବ ।

Get real time updates directly on you device, subscribe now.