fbpx

ସ୍ୱାତୀ ମାଲିୱାଲ ମାମଲା: ବିଭବ କୁମାରଙ୍କୁ ଫ୍ଲାଇଟରେ ନିଆଯିବ ମୁମ୍ବାଇ, ଜାଣନ୍ତୁ କାହିଁକି

Advertisement

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣରେ ବିଭବ କୁମାରଙ୍କୁ ଗିରଫ କରିଥିବା ଦିଲ୍ଲୀ ପୋଲିସ ବର୍ତ୍ତମାନ ମୁମ୍ବାଇ ନେଇ ଯିବେ । ସୂଚନା ଅନୁଯାୟୀ, ଯେଉଁ ଫୋନରେ ଭିଡିଓକୁ ରେକର୍ଡ କରାଯାଇଥିଲା, ତାକୁ ମୁମ୍ବାଇରେ ହିଁ ଫର୍ମାଟ କରାଯାଇଥିଲା । ଏହାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ ମୁମ୍ବାଇ ନେଇପାରନ୍ତି । ସିଭିଲ ଲାଇନ ପୋଲିସ ଷ୍ଟେସନରେ ବିଭବଙ୍କୁ ନେଇ ବାହାରିସାରିଛନ୍ତି । ୨ଟା ୩୦ ମିନିଟରେ ଫ୍ଲାଇଟରେ ଦିଲ୍ଲୀ ପୋଲିସ ବିଭବଙ୍କୁ ମୁମ୍ବାଇ ନେଇ ଯିବେ ବୋଲି ସୂଚନା ମିଳିଛି ।

ଦିଲ୍ଲୀ ପୋଲିସ ୧୯ ମେ ରେ ମୁଖ୍ୟମନ୍ତ୍ରୀଙ୍କ ଆବାସରୁ ବିଭବ କୁମାରଙ୍କୁ ଗିରଫ କରାଯାଇଥିଲା । ୧୩ ମେ ରେ ସ୍ୱାତୀ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ୬ ଦିନ ମଧ୍ୟରେ ବିଭବଙ୍କ ଲୋକେସନ ଭିନ୍ନ-ଭିନ୍ନ ରାଜ୍ୟରେ ମିଳିଥିଲା । ତାଙ୍କର ଲୋକେସନ ପଞ୍ଜାବ, ମୁମ୍ବାଇ ଏବଂ ଲକ୍ଷ୍ନୌରେ ଆସିଥିଲା । ବିଭବ କୁମାରଙ୍କୁ ଲକ୍ଷ୍ନୌରେ ଅରବିନ୍ଦ କେଜ୍ରିିୱାଲଙ୍କ ସହ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.