fbpx
BJD
BJD SKY
BJD SKY

ଗରମ ଦିନରେ ଶରୀର ପାଇଁ ଉପକାରୀ ହୋଇଥାଏ ଏହି ହଳଦିଆ ଫଳ, ହୃଦରୋଗୀ ଏବଂ ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ !

ଗରମ ଦିନରେ ଶରୀର ସୁସ୍ଥ ରଖିବା ପାଇଁ ଖୁବ ଉପକାରୀ ହୋଇଥାଏ ହଳଦିଆ ଫଳ । ଆମ୍ବ, ଅମୃତଭଣ୍ଡା, ତରଭୁଜ ଏବଂ କଦଳୀ ଭଳି ଫଳ ଖରାଦିନେ ସ୍ୱସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ହୃଦରୋଗୀ ଏବଂ ଡାଇବେଟିସ ରୋଗୀଙ୍କୁ ଏହି ରଙ୍ଗର ପରିବା ନିଜ ଖାଦ୍ୟରେ ସାମିଲ କରିବା ନିତ୍ୟାନ୍ତ ଆବଶ୍ୟକ । ହଳଦିଆ ରଙ୍ଗର ଏହି ଫଳଗୁଡିକରେ ପ୍ରଚୁର ପରିମାଣରେ ଭିଟାମିନ ସି ମିଳେ ଯାହା ଦ୍ୱାରା ଶରୀରରେ ଶକ୍ତିବୃଦ୍ଧି ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଖରାଦିନେ ହଳଦିଆ ରଙ୍ଗର କେଉଁ ଫଳ ଓ ପରିବା କେଉଁ ସବୁ ଫାଇଦା ଦେଇଥାଏ?

ଆମ୍ବ: ଖରାଦିନ ସହିତ ଲୋକମାନେ ଆମ୍ବକୁ ମଧ୍ୟ ଅପେକ୍ଷା କରିଥାନ୍ତି । ଏହି ଦିନରେ ଆମ୍ବ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି ଲୋକେ । ତେବେ ଏହି ଆମ୍ବରେ ରହିଥାଏ ଭିଟାମିନ ସି । ଆଖି, ଚର୍ମ, କୋଲେଷ୍ଟ୍ରଲ ଏବଂ ହଜମ ଶକ୍ତି ବଢାଇବା ସହ କର୍କଟ ଭଳି ରୋଗ ଇତ୍ୟାଦିରୁ ରକ୍ଷା କରିଥାଏ ହଳଦିଆ ଆମ୍ବ ।

କଦଳୀ: କଦଳୀ ସବୁ ଋତୁରେ ମିଳୁଥିବା ଫଳ ମାନଙ୍କ ଭିତରୁ ଗୋଟିଏ । ଏହି ଫଳରେ ବିଭିନ୍ନ ପ୍ରକାର ଭିଟାମିନ ଯେମିତି ଏ, ବି, ସି, ଇ ଇତ୍ୟାଦି ସହ ପୋଯାସିୟମ ଏବଂ ମ୍ୟାଗ୍ନିସିୟମ ମଧ୍ୟ ଭରପୂର ମାତ୍ରାରେ ରହିଥାଏ । ତେଣୁ କଦଳୀ ଖାଇବା ଦ୍ୱାରା ଏହି ସମସ୍ତ ଭିଯାମିନ ଶରୀରକୁ ଯାଇଥାଏ । ଏହାବ୍ୟତୀତ କଦଳୀରେ ଏମିନୋଏସିଡ ଏବଂ ବି-୬ ମଧ୍ୟ ରହିଥାଏ, ଯାହା ଆଣ୍ଟି ଅକ୍ସିଡାଣ୍ଟ ହୋଇଥାଏ ।

କମଳା: କମଳା ମଣିଷ ଶରୀରରେ ସମ୍ପୂର୍ଣ୍ଣ ମାତ୍ରାରେ ଭିଟାମିନ ସି’ ଭରିଦିଏ । ଏହା ସହିତ ଫାଇବର ମଧ୍ୟ ଶରୀରକୁ ଯୋଗାଇଥାଏ କମଳା । ଏଥିରେ ଅଧିକ ପରିମାଣରେ କ୍ୟାଲସିୟମ ଥିବା ବେଳେ ଏହା ଆଣ୍ଟି ଅକ୍ସିଡାଣ୍ଟ ହୋଇଥିବାରୁ ଚର୍ମ ଏବଂ ଶରୀରକୁ ସୁସ୍ଥ ରଖିବାରେ ଖୁବ ସହାୟକ ହୋଇଥାଏ । କେବଳ ସେତିକି ନୁହେଁ ଓଜନ କମାଇବା ପାଇଁ ମଧ୍ୟ କମଳା ଏକ ସୁନ୍ଦର ବିକଳ୍ପ ହୋଇଥାଏ । ଥଣ୍ଡା ଏବଂ କାଶରୁ ମୁକ୍ତି ଦେଇଥାଏ କମଳା । ତେଣୁ ଗରମ ଦିନରେ କମଳା ଖାଇବା ଆପଣଙ୍କ ପାଇଁ ଅନେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ ।

ଅମୃତଭଣ୍ଡା: ଖରାଦିନେ ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ଶୀର ପାଇଁ ଉପଯୋଗୀ ପ୍ରମାଣିତ ହୋଇଥାଏ । ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ ଏହି ଫଳରେ । ଏହାଦ୍ୱାରା ଆଖି ଏବଂ ଇମ୍ୟୁନିଟି ଶକ୍ତିରେ ମଧ୍ୟ ବୃଦ୍ଧି ଘଟିଥାଏ । ଏଥିରେ ଥିବା ଫାଇବର ଦ୍ୱାରା ପେଟ ଏବଂ ହଜମ ପ୍ରକ୍ରିୟାକୁ ସତେଜ କରେ । ଏହାବ୍ୟତୀତ ଓଜନ କମାଇବା ପାଇଁ ମଧ୍ୟ ଅମୃତଭଣ୍ଡା ଖାଇବା ଲାଭଦାୟକ ଫଳ ହୋଇଥାଏ ।

 

 

Get real time updates directly on you device, subscribe now.