fbpx

ଭାରତରୁ ରପ୍ତାନୀ ହେଉଥିବା ମସଲାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ, ସରକାର ନେଲେ ଏହି ପଦକ୍ଷେପ

Advertisement

ନୂଆଦିଲ୍ଲୀ: ଭାରତରୁ ରପ୍ତାନୀ ହେଉଥିବା ମସଲାରେ ଏଥିଲିନ ଅକ୍ସାଇଡ ଥିବା ନେଇ ଲଗାତାର ଅନେକ ଦେଶ ଅଭିଯୋଗ କରି ଆକ୍ସନ ନେଇଛନ୍ତି । ଇଟିଓ ଅର୍ଥାତ ଏଥିଲିନ ଅକ୍ସାଇଡ ଏକ କ୍ୟାନ୍ସର ଜାତ କରୁଥିବା କେମିକାଲ, ଯାହାକୁ ଭାରତୀୟ ମସଲାରେ ମିଶ୍ରଣ ହେଉଛି ବୋଲି ଅନେକ ଦେଶ ଅଭିଯୋଗ ଆଣିଛନ୍ତି । ତେଣୁ ବର୍ତ୍ତମାନ ଭାରତ ସରକାର ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି ।

ଭାରତରୁ ରପ୍ତାନୀ ହେଉଥିବା ମସଲାରେ ଇଟିଓ ଅର୍ଥାତ ଏଥିଲିନ ଅକ୍ସାଇଡରୁ ହେଉଥିବା କଣ୍ଟାମିନେସନକୁ ରୋକିବା ଲାଗି ଗାଇଡଲାଇନ ଆସିଛି । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ, ସରକାର ସିଙ୍ଗାପୁର ଏବଂ ହଙ୍ଗକଙ୍ଗକୁ ରପ୍ତାନୀ କରାଯାଉଥିବା ମସଲାର ତଦନ୍ତ କରିବାର ଅନେକ ଉପାୟ କରାଯାଇଛି । କିଛି ମସଲାରେ ଇଟିଓ ମିଶିଥିବାରୁ ସିଙ୍ଗାପୁର ଏବଂ ହଙ୍ଗକଙ୍ଗରେ ଦୁଇଟି ଭାରତୀୟ ମସଲା ବ୍ରାଣ୍ଡର ଉତ୍ପାଦକୁ ପୁନଃଶ୍ଚ ମଗାଯିବା ଖବର ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ଅଧିକାରୀ କହିଛନ୍ତି ଯେ, ସିଙ୍ଗାପୁର ଏବଂ ହଙ୍ଗକଙ୍ଗ ପାଇଁ ବାଧ୍ୟତାମୂଳକ ପ୍ରି-ସିପମେଣ୍ଟ ନମୁନା ସଂଗ୍ରହ ଏବଂ ଇଟିଓ ପରୀକ୍ଷା ଆରମ୍ଭ କରାଯାଇଛି । ଇଟିଓର ସମ୍ଭାବ୍ୟ ପ୍ରଦୂଷଣକୁ ଏଡାଇବା ପାଇଁ, ଯୋଗାଣର ସମସ୍ତ ପର୍ଯ୍ୟାୟ (ସୋର୍ସିଙ୍ଗ, ପ୍ୟାକେଜିଂ, ଟ୍ରାନ୍ସପର୍ଟ, ଟେଷ୍ଟିଙ୍ଗ) କୁ ଅନ୍ତର୍ଭୁକ୍ତ କରୁଥିବା ସମସ୍ତ ରପ୍ତାନୀକାରୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି ।

Get real time updates directly on you device, subscribe now.