fbpx

ଆଶ୍ଚର୍ଯ୍ୟଜନକ ଖୁଲାସା! ମଣିଷର ଅଣ୍ଡକୋଷରୁ ମିଳିଲା ବିଶ୍ୱର ସବୁଠାରୁ ବିପଜ୍ଜନକ ପଦାର୍ଥ ‘ମାଇକ୍ରୋପ୍ଲାଷ୍ଟିକ୍’

Advertisement

ନୂଆଦିଲ୍ଲୀ: ଗତ କିଛି ଦଶନ୍ଧି ହେଲା ପୁରୁଷଙ୍କର ଶୁକ୍ରାଣୁ ସଂଖ୍ୟା ହ୍ରାସ ଘଟୁଥିବା ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ରାସାୟନିକ ପ୍ରଦୂଷଣ ଏଥିପାଇଁ ଦାୟୀ ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି । ତେବେ ଏହା ମଧ୍ୟରେ ରିସର୍ଚ୍ଚରୁ ଏକ ବଡ଼ ଖୁଲାସା ହୋଇଛି । ବିଶ୍ୱର ସବୁଠାରୁ ବିପଜ୍ଜନକ ପଦାର୍ଥ ଏବେ ମଣିଷର ଟେଷ୍ଟିକଲ୍ସ ବା ଅଣ୍ଡକୋଷ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଏହା ଅତ୍ୟନ୍ତ ସୂକ୍ଷ୍ମ ପ୍ଲାଷ୍ଟିକ ହୋଇଥିବା ବେଳେ କୁକୁରଙ୍କ ତୁଳନାରେ ମଣିଷଙ୍କ ଠାରେ ତିନିଗୁଣରୁ ଅଧିକ ପ୍ଲାଷ୍ଟିକ ରହିଥିବା ରସର୍ଚ୍ଚରୁ ଜଣାପଡ଼ିଛି ।

ସାଧାରଣ ଭାବେ ମାଇକ୍ରୋପ୍ଲାଷ୍ଟିକ ପଚିସଢ଼ି ନଷ୍ଟ ହେଉ ନାହିଁ କି ଏହାର ସମାପ୍ତ ଘଟୁନାହିଁ । ତେଣୁ ଏହାକୁ ବିଶ୍ୱର ସବୁଠାରୁ ଖତରନାକ ପଦାର୍ଥ ବୋଲି କୁହାଯାଇଥାଏ । ଏହା ମଣିଷର ଭ୍ରୁଣରେ, ପ୍ରାଚୀନ ପଥରରେ, ଶିରାରେ, ବ୍ଲୁ ହିଲ୍ସରେ, ଆଣ୍ଟାର୍କଟିକାରେ, ମାଉଣ୍ଟ ଏଭରେଷ୍ଟରେ ଓ ସମୁଦ୍ରର ଗଭୀରତମ ସ୍ଥାନରେ ଦେଖିବାକୁ ମିଳିଥିବା ନେଇ ଜଣାପଡ଼ିଥିଲା । ମାତ୍ର ଏହା ଏବେ ମଣିଷର ଅଣ୍ଡକୋଷରେ ପହଞ୍ଚି ସାରିଥିବା ୟୁନିଭରସିଟି ଅଫ୍ ନ୍ୟୁ ମେକ୍ସିକୋର ବୈଜ୍ଞାନିକମାନେ ଖୁଲାସା କରିଛନ୍ତି । କୁକୁର କ୍ଷେତ୍ରରେ ପ୍ରତି ଏକ ଗ୍ରାମ ଟେଷ୍ଟିକଲ ଟିସ୍ୟୁରେ ୧୨୨.୬୩ ମାଇକ୍ରୋଗ୍ରାମ ପ୍ଲାଷ୍ଟିକ ମିଳିଥିବା ବେଳେ ମଣିଷଙ୍କ ଠାରୁ ୩.୨୯.୪୪ ମାଇକ୍ରୋଗ୍ରାମ ମିଳିଥିଲା । ତେଣୁ ଆମ ଶରୀରରେ ପ୍ରଦୂଷଣ କେଉଁ ଭଳି ଭାବେ ବ୍ୟାପୁଛି ତାହା ଆପଣମାନେ ଚିନ୍ତା କରନ୍ତୁ । ଏହା ଆମର ଶରୀରର ଅଙ୍ଗ ମଧ୍ୟକୁ ପ୍ରବେଶ କରିସାରିଥିବାରୁ ଏହି କାରଣରୁ ପୁରୁଷଙ୍କର ଫର୍ଟିଲିଟୀ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।

ଏହି ଷ୍ଟଡିରୁ ଜଣାପଡ଼ିଛି, କୁକୁର ଓ ମଣିଷଙ୍କ ଟେଷ୍ଟିକଲ୍ସରୁ ୧୨ ଅଲଗା ଅଲଗା ପ୍ରକାରର ମାଇକ୍ରୋପ୍ଲାଷ୍ଟିକ ମିଳିଛି । ସେଥିମଧ୍ୟରେ ପଲିଇଥୀଲୀନ ସବୁଠାରୁ ଅଧିକ ରହିଛି । ସେଥିରେ ପ୍ଲାଷ୍ଟିକ ବ୍ୟାଗସ, ପ୍ଲାଷ୍ଟିକର ବୋତଲ ନିର୍ମିତ ହୋଇଥାଏ । ତାହା ଦ୍ୱାରା ସର୍ବାଧିକ ମାତ୍ରାରେ ପ୍ଲାଷ୍ଟିକ ପ୍ରଦୂଷଣ ହୋଇଥାଏ । କୁକୁରଙ୍କର ସ୍ମର୍ମ କାଉଣ୍ଟର ଗଣନା କରାଯାଇଥିବା ବେଳେ ମଣିଷଙ୍କର କରାଯାଇ ନଥିଲା । କୁକୁରଙ୍କ ସ୍ପର୍ମରେ ଅତ୍ୟଧିକ ମାତ୍ରାରେ ପଲିଭିନାଇଲ କ୍ଲୋରାଇଡ (ପିଭିସି) ରହିଥିବା ଜଣାପଡ଼ିଥିଲା । ତାହା ପ୍ଲାଷ୍ଟିକର ଏକ ରୂପ ଅଟେ ଓ ତାହା କାରଣରୁ କୁକୁରଙ୍କ ଠାରେ ସ୍ପର୍ମ କାଉଣ୍ଟ କମ୍ ହୋଇଯାଇଥାଏ । ପିଭିସିର ଅତ୍ୟଧିକ ବ୍ୟବହାର ବିଶ୍ୱରେ ସ୍ପର୍ମ କାଉଣ୍ଟ ହ୍ରାସ କରୁଛି । ଯେଉଁ ଲୋକମାନଙ୍କର ରକ୍ତ ବାହିକାର ସୂକ୍ଷ୍ମ ପ୍ଲାଷ୍ଟିକ ମିଳିଛି, ସେମାନଙ୍କ ଠାରେ ଷ୍ଟ୍ରୋକ, ହାର୍ଟ ଆଟାକ ଓ ସମୟ ପୂର୍ବରୁ ମୃତ୍ୟୁ ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଗତ ମାର୍ଚ୍ଚ ମାସରେ ଡାକ୍ତରମାନେ ଚେତାବନୀ ଦେଇଥିଲେ ।

https://x.com/TheInsiderPaper/status/1792661587314221155?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1792661587314221155%7Ctwgr%5E3abd6869aedb7fd584b80956f351cdfeed3ffe24%7Ctwcon%5Es1_&ref_url=https%3A%2F%2Fhindi.latestly.com%2Ftechnology%2Fscience%2Fcancer-causing-microplastics-found-in-mens-testicles-2169888.html

Get real time updates directly on you device, subscribe now.