fbpx
BJD SKY
BJD SKY

୨୦୩୩ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ନିଯୁକ୍ତିର ସୁନାମୀ: ନଅ ବର୍ଷରେ ମିଳିବ ୫.୮୨ କୋଟି ଲୋକଙ୍କୁ ଚାକିରି

BJD

ନୂଆଦିଲ୍ଲୀ: ୨୦୩୩ ସୁଦ୍ଧା ଅର୍ଥାତ୍ ନଅ ବର୍ଷ ମଧ୍ୟରେ ଦେଶରେ ୫.୮୨ କୋଟି ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି । କରୋନା ସମୟରେ ୨୦୨୦ ରେ ପର୍ଯ୍ୟଟନ କ୍ଷେତ୍ରରେ ୩.୯ କୋଟି ଲୋକଙ୍କର ଚାକିରି ଚାଲିଯାଇଥିଲା, ଯାହା ଦେଶରେ ମୋଟ ନିଯୁକ୍ତିର ୮% ଥିଲା ।

ସୋମବାର ପ୍ରକାଶିତ ଏନଏଲବି ସର୍ଭିସେସ୍ ରିପୋର୍ଟ ଅନୁଯାୟୀ, ମହାମାରୀରୁ ମୁକ୍ତି ପାଇବା ପରେ ଯାତ୍ରା ଏବଂ ପର୍ଯ୍ୟଟନ କ୍ଷେତ୍ରର ଦ୍ରୁତ ସୁଧାର ଘଟିଲା । ୨୦୨୩ କ୍ୟାଲେଣ୍ଡର ବର୍ଷରେ ଏହି କ୍ଷେତ୍ର ୧୬ ଲକ୍ଷ ଅତିରିକ୍ତ ଚାକିରି ଯୋଗାଇଲା । ଜାନୁଆରୀ ୨୦୨୩ ରୁ ଯାତ୍ରା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଦୈନିକ ମଜୁରୀ ଚାକିରି ୧୪ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ଅନୁବାଦକ, ଫଟୋଗ୍ରାଫର ଏବଂ ଟୁର ଗାଇଡ୍ ଭଳି ପଦବୀ ସାମିଲ । ଆସନ୍ତା ଦୁଇ ବର୍ଷରେ ଏହି କ୍ଷେତ୍ରରେ ଚାକିରି ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଜିଡିପିରେ ୧୬.୫ ଲକ୍ଷ କୋଟି ଟଙ୍କା ଯୋଗଦାନ :-
ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ ଭାରତର ଜିଡିପିରେ ଭ୍ରମଣ ପର୍ଯ୍ୟଟନ ୧୫.୯ ଲକ୍ଷ କୋଟି ଟଙ୍କା ଯୋଗଦାନ କରିଥିଲା । ୨୦୨୩ ପାଇଁ ୧୬.୫ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିଲା ।

ଦିଲ୍ଲୀ ଏବଂ ମୁମ୍ବାଇରେ ଅଧିକ ଚାକିରି :-
ଏନଏଲବି ସର୍ଭିସେସ୍, ସିଇଓ ସଚିନ ଆଲାଗ କହିଛନ୍ତି ଯେ ଏହି ଅଞ୍ଚଳରେ ନିଯୁକ୍ତି ବୃଦ୍ଧି ସହ ଶୀର୍ଷ ସହରଗୁଡିକ ହେଉଛି ଦିଲ୍ଲୀ, ଏନସିଆର, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ ଏବଂ କୋଚି । ଅନ୍ୟ ସହରଗୁଡ଼ିକରେ ଜୟପୁର, ଅହମ୍ମଦାବାଦ ଏବଂ ଚଣ୍ଡିଗଡ଼ ଅନ୍ତର୍ଭୁକ୍ତ ।

Get real time updates directly on you device, subscribe now.