fbpx
BJD SKY
BJD SKY

ଗୋଟିଏ ରିଭଲଭର୍‌, ଗୋଟିିଏ ବନ୍ଧୁକ ସହିତ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଖରେ ରହିଛି ଏତିକି ସଂପତ୍ତି

BJD

ନୂଆଦିଲ୍ଲୀ:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଲକ୍ଷ୍ନୌରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ନିଜ ସଂପତ୍ତି ବିଷୟରେ ଖୁଲାସା କରିଛନ୍ତି ।ଲୋକସଭା ନିର୍ବାଚନ ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ସେ ନିଜର ନାମାଙ୍କନ ଭରିଛନ୍ତି । ଲଗାତର ତୃତୀୟ ଥର ବିଜେପି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି । ତେବେ ସେ କରିଥିବା ସତ୍ୟପାଠ ଅନୁସାରେ ତାଙ୍କ ପାଖରେ ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଧନ ସଂପତ୍ତି ରହିଛି ।

ସୋମବାର ଲକ୍ଷ୍ନୌ ଜିଲ୍ଲାପାଳ କାର୍ଯ୍ୟାଳୟରେ ନିଜ ନାମାଙ୍କନ ଭରିବା ସମୟରେ ରାଜନାଥ ସିଂହ ଦେଇଥିବା ସତ୍ୟପାଠରେ ତାଙ୍କ ପାଖରେ ଓ ତାଙ୍କ ପରିବାର ପାଖରେ କେତେ ସଂପତ୍ତି ଅଛି ଉଲ୍ଲେଖ କରିଛନ୍ତି । ଏହି ସତ୍ୟପାଠ ଅନୁଯାୟୀ ତାଙ୍କ ପାଖରେ ନଗଦ ୭୫,୦୦୦ ଟଙ୍କା, ପତ୍ନୀଙ୍କ ପାଖରେ ନଗଦ ୪୫,୦୦୦ଟଙ୍କା ରହିଛି । ଏହା ସହିତ ଲକ୍ଷ୍ନୌ ଓ ଦିଲ୍ଲୀର ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟସରେ ୩,୧୧,୩୨,୯୬୨ ଟଙ୍କା ଜମା ଅର୍ଥ ରହିଛି । ସେହିପରି ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯୦, ୭୧,୦୭୪ ଟଙ୍କା ରହିଛି ।

ତେବେ ରାଜନାଥ ସିଂହ କୌଣସି ସେୟାର କିମ୍ବା ବଣ୍ଡରେ ପଇସା ଲଗାଇ ନାହାନ୍ତି । ତାଙ୍କ ପତ୍ନୀ ପୋଷ୍ଟ ଅଫିସ୍ ଆକାଉଣ୍ଟରେ ୬.୫୧ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ଏହା ବ୍ୟତିତ ତାଙ୍କ ପାଖରେ ୬୦ ଗ୍ରାମ ସୁନା (ଯାହାର ମୂଲ୍ୟ ୪.୨୦ ଲକ୍ଷ ହେବ), ୪ ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ଦାମୀ ଗହଣା ରହିଛି । ତାଙ୍କ ପତ୍ନୀଙ୍କ ପାଖରେ ୭୫୦ ଗ୍ରାମ ସୁନା ଗହଣା, ୧୨.୫ କିଲୋଗ୍ରାମ ରୂପା ରହିଛି ।
ପ୍ରତିରକ୍ଷା ମନ୍ତ୍ରୀଙ୍କ ସଂପତ୍ତିରେ ଅସ୍ତ୍ରଶସ୍ତ୍ର ବି ସାମିଲ ରହିଛି । ତାଙ୍କ ପାଖରେ ୩୨ ବୋର୍ ରିଭଲଭର୍‌, ଦୁଇଟି ବନ୍ଧୁକ ରହିଛି । ସେହିପରି ତାଙ୍କ ପାଖରେ ୧.୪୭ କୋଟି ମୂଲ୍ୟର ଚାଷଜମି ରହିଛି ।

 

Get real time updates directly on you device, subscribe now.