fbpx
BJD SKY
BJD SKY

ସାଂସଦ ପ୍ରଜ୍ୱଳ ରେବନ୍ନା ସସପେଣ୍ଡ: ଅଶ୍ଲୀଳ ଭିଡିଓ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା JDS

BJD

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଶ୍ଲୀଳ ଭିଡିଓ ସାର୍ବଜନିକ ହେବା ଘଟଣାରେ ୩୩ ବର୍ଷୀୟ ରେବନ୍ନା ଗତ ଶନିବାର ଦିନ ସକାଳେ ଜର୍ମାନୀ ଫେରାର ହୋଇଯାଇଥିଲେ । ଏଥିସହିତ ଉକ୍ତ ଭିଡିଓରେ ଛେଡ଼ଛାଡ଼ କରାଯାଇଛି ଓ ତାଙ୍କର ଛବି ଖରାପ କରିବା ପାଇଁ ଉଦ୍ୟମ କରାଯାଉଥିବା ପ୍ରଜ୍ୱଳ ଅଭିଯୋଗ କରିଥିଲେ । ତେବେ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରଜ୍ୱଳଙ୍କୁ ଜେଡିଏସ ଦଳରୁ ସସପେଣ୍ଡ କରିଛି ।

ଦେବେଗୌଡ଼ାଙ୍କ ପୁଅ ଓ ନାତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ କର୍ଣ୍ଣାଟକ ରାଜନୀତିରେ ହଡ଼କମ୍ପ ସୃଷ୍ଟି ହୋଇଥିଲା । ପ୍ରଜ୍ୱଳଙ୍କୁ ଦଳରୁ ନିଲମ୍ବନ କରାଯିବ ବୋଲି ମୁଖପାତ୍ର ଏଚଡି କୁମାରସ୍ୱାମୀ ସୋମବାର ଦିନ କହିଥିଲେ । ଉକ୍ତ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ପରେ ପ୍ରଜ୍ୱଳ ଫେରାର ହୋଇଯାଇଥିଲେ । ପ୍ରଜ୍ୱଳଙ୍କ ଘରେ ସହାୟିକା ଭାବେ କାମ କରୁଥିବା ଜଣେ ମହିଳା ଏଭଳି ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ପ୍ରଜ୍ୱଳଙ୍କ ନିକଟରୁ ୩ ହଜାର ମହିଳାଙ୍କର ସେକ୍ସ ଭିଡିଓ ଥିବା ଏକ ପେନ୍ ଡ୍ରାଇଭ୍ ମିଳିଥିଲା । ମହିଳାଙ୍କୁ ବ୍ଲାକମେଲ କରିବା ପାଇଁ ରେବନ୍ନା ତାହାକୁ ବ୍ୟବହାର କରିଥିବା କୁହାଯାଉଛି । ତା’ର ଫୁଟେଜ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଫୁଟେଜରେ କିଛି ମହିଳା ସରକାରୀ ଅଧିକାରୀ ରହିଥିଲେ ।

Get real time updates directly on you device, subscribe now.