fbpx
BJD SKY
BJD SKY

(Video) ଜଟିଳ ହେବାରେ ଲାଗିଛି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗଣିତ : କାଳୁ ଖଣ୍ଡାୟତରାୟଙ୍କ ପାଇଁ ଜିତିଯିବେ କି ମନ୍ମଥ?

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଉ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡିରୁ ମନ୍ମଥ ରାଉତରାୟ, ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସରୁ ୟାସିର ନୱାଜ ପ୍ରାର୍ଥୀ ହୋଇଛନ୍ତି । ଗତଥର ଏହି ଆସନରୁ ଅପରାଜିତା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ହରାଇଥିବା ବେଳେ ଏଥର ସେ ପୁନର୍ବାର ଜିତିବାକୁ ଉଦ୍ୟମ କରିବେ । ସେହିପରି ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ମଧ୍ୟ ପ୍ରଥମ ଥର ଜିତିବା ପାଇଁ ପ୍ରଚାରରେ ଲାଗି ପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଭୁବନେଶ୍ୱର ଆସନରେ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ସ୍ଥିତି ଜଟିଳ ହେବାରେ ଲାଗିଛି ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ଟିକେଟ ପାଇବାକୁ କାଳୁ ସାମନ୍ତରାୟ ଆଶାୟୀ ରହିଥିଲେ । ମାତ୍ର ନିକଟରେ ବିଜେପିରେ ସାମିଲ ହୋଇଥିବା ପ୍ରଶାନ୍ତ କୁମାର ଜଗଦେବଙ୍କୁ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଥିଲା । ଏହାଫଳରେ କାଳୁ ନିଜର ସମର୍ଥକଙ୍କ ସହିତ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ନିଜର ଅସନ୍ତୋଷ ଜାହିର କରିଥିଲେ । ଦଳରୁ ଟିକେଟ ନ ମିଳିଲେ ସେ ସ୍ୱାଧିନ ଭାବେ ଲଢ଼ିବେ ବୋଲି ଖୋଲାଖୋଲି କହିଥିଲେ । ଟିକେଟ ପାଇଁ ଅପରାଜିତା ମାଡାମ ତାଙ୍କୁ ୨ କୋଟି ମାଗିଥିଲେ । ମାତ୍ର ଅର୍ଥ ନ ଦେବାରୁ ସେ ପ୍ରଶାନ୍ତଙ୍କୁ ଟିକେଟ ଦେଇଥିବା କାଳୁ କହିଛନ୍ତି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ କାଳୁଙ୍କର ଅନେକ ସମର୍ଥକ ରହିଥିବା ବେଳେ ଏଭଳି ସ୍ଥିତିରେ ତାହା ଅପରାଜିତାଙ୍କ ପାଇଁ ପରାଜୟର କାରଣ ହୋଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.