fbpx

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର: ଏଣିକି ପେଟ୍ରୋଲ ଭରିଲେ ମିଳିବ ୧୫୦ ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ ସେ ବିଷୟରେ

ନୂଆଦିଲ୍ଲୀ: ବାଇକ୍ ଚଳାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଏଣିକି ପେଟ୍ରୋଲ ପକାଇଲେ ମିଳିବ ୧୫୦ ଟଙ୍କାର କ୍ୟାସବ୍ୟାକ୍ । ଫୋନ୍ ପେ୍ ନିଜର ଗ୍ରାହକମାନଙ୍କ ପାଇଁ ଏହି ଧମାକାଦାର ଅଫର ନେଇ ଆସିଛି । ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଭାରତ ଗ୍ୟାସର କ୍ୟୁଆର କୋଡକୁ ସ୍କାନ କରି ଗ୍ରାହକମାନେ ଏହି ଫାଇଦା ଉଠାଇ ପାରିବେ ।

ଏହି ଅଫର ଅନୁଯାୟୀ, ଗ୍ରାହକଙ୍କୁ ୦.୭୫ ପ୍ରତିଶତ କ୍ୟାସବ୍ୟାକ ଦିଆଯାଉଛି । ଗ୍ରାହକମାନେ ଗୋଟିଏ ଟ୍ରାନଜାକସନରେ ୪୫ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇବାର ସମ୍ଭାବନା ରହିଛି । ତେବେ ଏହି ଅଫରର ଫାଇଦା ଆପଣ ଆସନ୍ତା ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଉଠାଇ ପାରିବେ । ଗ୍ରାହକଙ୍କ ଖାତାକୁ ୨୪ ଘଣ୍ଟା ମଧ୍ୟରେ ମନି ଟାନ୍ସଫର ହୋଇଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.