fbpx

ଏୟାରପୋର୍ଟ ତଳୁ ମିଳିଲା ହଜାର-ହଜାର ବର୍ଷ ପୁରୁଣା ବିଶାଳ ହାତୀର ଅବଶିଷ୍ଟାଂଶ

ମେକ୍ସିକୋ ସିଟିରେ ହାତୀମାନଙ୍କର ପୂର୍ବପୁରୁଷଙ୍କ ଅବଶିଷ୍ଟାଂଶ ବା ମୃତଦେହ ମିଳିଛି । ଏହି ଅବଶିଷ୍ଟାଂଶ ସେହି ହାତୀ. ଯିଏକି ହଜାର ବର୍ଷ ପୂର୍ବେ ବରଫରେ ବାସ କରୁଥିଲେ । ମେକ୍ସିକୋ ସିଟିରେ ନୂଆ ବିମାନବନ୍ଦର ପାଇଁ ଖୋଳା ଚାଲିଥିବା ବେଳେ ହାତୀର ମୃତଦେହ ମିଳିଥିଲା । କେବଳ ଏତିକି ନୁହେଁ , ସେଠାରୁ ଅନ୍ୟ କିଛି ଜୀବ ଓ ମଣିଷର ଅସ୍ଥି ବା ହାଡ ଦେଖିବାକୁ ମିଳିଛି ।


ତେବେ ମେକ୍ସିକୋ ସିଟିଠାରୁ ୫୦ କିଲୋମିଟର ଦୂରରେ ଫେଲିପ ଆଞ୍ଜେଲସ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରାଯାଉଛି । ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ବହୁ ଜାଗାରେ ଖୋଳାଚାଲିଛି । ଏଠାରୁ ପ୍ରାୟ ୬୦ ମୈମଥଙ୍କ ଅବଶେଷ ମିଳିଛି । ଇତିହାସ ଅନୁସାରେ, ନିର୍ମାଣ ସ୍ଥଳରୁ ମିଳିଥିବା ମୈମାଥଙ୍କ ଅବଶେଷ ପ୍ରାୟ ୧୫,୦୦୦ ବର୍ଷ ପୁରୁଣା । ମୈମଥଙ୍କ ଏହି ଅବଶେଷ ପ୍ରାକ୍ କଲମ୍ବିଆ ସଭ୍ୟତାର ବୋଲି ବହୁ ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.