fbpx

ଖୁସି ଖବର, ରାଜ୍ୟରେ ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୨୦୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୫୩ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୪୩, ଜଗତସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯, କଳାହାଣ୍ଡିରୁ ୭, ବାଲେଶ୍ୱର, ଦେବଗଡ଼, ଗଞ୍ଜାମ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ, ବଲାଙ୍ଗିର, ଝାରସୁଗୁଡ଼ା ଓ ନୟାଗଡ଼ରୁ ୨ଜଣ ଲେଖାଏଁ, କୋରାପୁଟରୁ ଜଣେ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.