fbpx

ସୁନା-ରୂପା ମୂଲ୍ୟରେ ବଡ ପରିବର୍ତ୍ତନ, ଗୋଟିଏ କମିଲେ ଅନ୍ୟଟି ବଢିଛି

ବିବାହ ଋତୁରେ ସୁନା-ରୂପା ମୂଲ୍ୟରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସକାଳୁ ଆଜି ସକାଳୁ ସାରା ଦେଶରେ ସୁନା ମୂଲ୍ୟ ୧୫୮ ଟଙ୍କା ବୃଦ୍ଧି ପାଇଛି ।  ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୪୭,୬୫୪ ଟଙ୍କା ମହଙ୍ଗା ହୋଇଛି । ସେହିପରି ୨୩ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୧୫୭ ଟଙ୍କା ବୃଦ୍ଧି ପାଇ ୪୭,୪୬୩ ଟଙ୍କାରେ ପହଞ୍ଚିଛି ।

କିନ୍ତୁ ସୁନା ରେଟ୍ ବଢିଥିବା ବେଳେ ହ୍ରାସ ପାଇଛି ରୂପା ମୂଲ୍ୟ । ଆଜି ସକାଳେ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୩୭୫ ଟଙ୍କା ହ୍ରାସ ପାଇଛି । ଅନ୍ୟପଟେ ୨୨ କ୍ୟାରେଟ୍ ସୁନାରେ ମଧ୍ୟ ୧୪୫ ଟଙ୍କା ବୃଦ୍ଧି ପାଇ ୪୩,୬୫୫ ଟଙ୍କା ଓ ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୩୫,୭୪୧ ଟଙ୍କାରେ ପହଞ୍ଚିଛି । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଆସୋସିଏନର ୱେବସାଇଟ (ibjarates.com)ରେ ସୁନା-ରୂପାର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି ।

Get real time updates directly on you device, subscribe now.