fbpx

ରାହୁଲ ଗାନ୍ଧିଙ୍କ ପରେ ୧୬ କଂଗ୍ରେସ କର୍ମୀ ସସପେଣ୍ଡ: ଜଣକ ବ୍ୟତୀତ ସମସ୍ତ ବିଧାୟକଙ୍କୁ ନିଲମ୍ବନ

ନୂଆଦିଲ୍ଲୀ: ଜେଲ ଦାଣ୍ଡାଦେଶ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ କରିବା ନେଇ ବର୍ତ୍ତମାନ ରାଜନୀତି ମାହୋଲ ସରଗରମ ରହିଛି । ଏହା ଭିତରେ ପୁଣିଥରେ କଂଗ୍ରେସର ଆଉ କିଛି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଆହୁରି ଦ୍ୱିଗୁଣିତ ହୋଇଯାଇଛି । କଂଗ୍ରେସର ୧୭ ଜଣ ବିଧାୟକଙ୍କ ମଧ୍ୟରୁ ୧୬ ଜଣଙ୍କୁ ସସପେଣ୍ଡ କରାଯାଇଛି ।

ସୂଚନା ଅନୁସାରେ, ରାହୁଲଙ୍କ ସଦସ୍ୟତା ରଦ୍ଦ କରିବା ପରେ ଗୁଜୁରାଟ ବିଧାନସଭାରେ ଜୋରଦାର ହଙ୍ଗାମା ସୃଷ୍ଟି ହୋଇଛି । ବିଧାନସଭା ଗୃହରେ ନାରାବାଜି ସହ ବିଶୃଙ୍ଖଳା ଯୋଗୁଁ ବଜେଟ କାଳରେ କଂଗ୍ରେସର ୧୭ ଜଣ ବିଧାୟକଙ୍କ ମଧ୍ୟରୁ ୧୬ ଜଣଙ୍କୁ ସସପେଣ୍ଡ କରି ଦିଆଯାଇଛି । ଇମ୍ରାନ ଖେଡାୱାଲା, ଜେନୀବେନ ଠାକୋର ଏବଂ ମୁଖ୍ୟ ବିପକ୍ଷୀ ଦଳର କିଛି ବିଧାୟକ ଅମୃତଜୀ ଠାକୋରଙ୍କ ସମେତ ଦଳର ଅନ୍ୟ କିଛି ବିଧାୟକ ସଦନର ୱେଲରେ ବସି ନାରାବାଜି ଦେଇଥିଲେ । ସ୍ପିକର ଶଙ୍କର ଚୌଧୂରୀଙ୍କ କହିବା ପରେ ମଧ୍ୟ ବିଶୃଙ୍ଖଳା ବନ୍ଦ ନ ହେବାରୁ ମାର୍ଶଲଙ୍କୁ ଏମାନଭ୍କୁ ବାହାରକୁ ନେଇଯିବା ପାଇଁ କୁହାଯାଇଥିଲା । ତେବେ କଂଗ୍ରେସର ଅନନ୍ତ ପଟେଲଙ୍କ ବ୍ୟତୀତ ଅନ୍ୟ ୧୬ ଜଣ ବିଧାୟକ ଏହି ନାରାବାଜିରେ ସାମିଲ ଥିଲେ ।

ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ଦଳର ନେତା ଅମିତ ଚାୱଡା ରାହୁଲ ଗାନ୍ଧିଙ୍କ ବିଷୟରେ ଆଲୋଚନା କରିବା ପାଇଁ ଦାବି କରିଥିଲେ । ସେ କହିଛନ୍ତି ଯେ, ଜନତାଙ୍କ ସହ ଜଡିତ ପ୍ରସଙ୍ଗ ଉଠାଇବା ପରିବର୍ତ୍ତେ ବିଜେପି ସରକାର ସେମାନଙ୍କୁ ଚୁପ କରାଇବା ପାଇ ଚେଷ୍ଟା କରୁଛି । ତେବେ ଏସବୁ ଘଟଣା ପରେ ୧୭ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୬ ବିଧାୟକଙ୍କୁ ନିଲମ୍ବନ କରାଯାଇଛି ।

Get real time updates directly on you device, subscribe now.