fbpx
BSKY
BJD SHG SKY
BJD YOUTH SKY

ଓଡ଼ିଶାରେ କେତେ ଜଣଙ୍କ ପାଖରେ ଅଛି ବନ୍ଧୁକ ଲାଇସେନ୍ସ, ବିଧାନସଭାରେ ସୂଚନା ଦେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମୋଟ୍‍ ୧୮ହଜାର ୨୬୮ ଜଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧ ହଜାର ୩୨୭ଜଣ କେନ୍ଦୁଝର ଜିଲ୍ଲାର । ନିଜର ବ୍ୟକ୍ତିଗତ ସୁରକ୍ଷା, ଟାର୍ଗେଟ ଅଭ୍ୟାସ ଏବଂ ବ୍ୟାଙ୍କ୍‍ ସମ୍ପତ୍ତିର ସୁରକ୍ଷା ପାଇଁ ଆରକ୍ଷୀ ଅଧୀକ୍ଷକଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଏହି ବନ୍ଧୁକ ଲାଇସେନ୍ସ ପ୍ରଦାନ କରିଥିବା ଆଜି ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।

ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବନ୍ଧୁକ କାରବାର ହେଉଥିବା ନଜରକୁ ଆସିଲେ ବନ୍ଧୁକ ମାଫିଆଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ ହୋଇଥାଏ । ସେହିଭଳି ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ୧ହଜାର
୧୨୦ଜଣ ଥିବାବେଳେ କଳାହାଣ୍ଡିରେ ୯୯୯, ସମ୍ବଲପୁରରେ ୮୪୦ ଓ କଟକରେ ୭୬୪ ଜଣ ରହିଛନ୍ତି । ମାଲକାନଗିରି ଜିଲ୍ଲାରେ ସବୁଠାରୁ କମ୍‍ ମାତ୍ର ୧୧ଜଣଙ୍କ ନିକଟରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରହିଛି ।

Get real time updates directly on you device, subscribe now.