fbpx

ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟଡାଉନ୍, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ

ଖୋର୍ଦ୍ଧା,୧୬ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିଚାଲିଛି । ଏହାର ମୁକାବିଲା କରିବା ପାଇଁ ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟ-ଡାଉନ୍ ଲାଗୁ ହୋଇଛି । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ଛାଡି ଅନ୍ୟ ସବୁ ଦୋକାନ ବନ୍ଦ ରହିବ । ଏହି କଟକଣା ଜୁନ୍ ୩୦ ଯାଏଁ ଲାଗୁ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । କିନ୍ତୁ ଏ କଟକଣା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ପାଇଁ ଲାଗୁ ହେବନି ।

Get real time updates directly on you device, subscribe now.