fbpx
BSKY
BJD SHG SKY
BJD YOUTH SKY

ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ: ବଜ୍ରପାତରେ ଆଖିବୁଜିଲେ ୧୬ ଜଣ, ବର ଆହତ

ଢାକା (ଭାସ୍କର ନ୍ୟୁଜ୍): ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଛି ମୃତ୍ୟୁ । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘନଘନ ବିଜୁଳି ମାଡ଼ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ବିଜୁଳି ମାଡ଼ରେ ବର ଗୁରୁତର ଆହତ ହୋଇଛନ୍ତି । ବାଂଲାଦେଶର ଶିବଗଞ୍ଜ ଠାରେ ଏପରି ଘଟଣା ଘଟିଛି ।

ସୂଚନା ଅନୁସାରେ, ବାହାଘର ପାର୍ଟିରେ ସାମିଲ ହୋଇଥିବା ଲୋକମାନେ ବର୍ଷା ପବନରୁ ବର୍ତ୍ତିବା ପାଇଁ ଗୋଟିଏ ଡଙ୍ଗା ଦ୍ୱାରା ନଦୀ କୂଳରେ ଥିବା ଶିବଗଞ୍ଜର ଆଶ୍ରୟ ସ୍ଥଳକୁ ଯାଉଥିଲେ । ତେବେ ଏହି ସମୟରେ ଏକାଧିକ ବିଜୁଳି ମାଡ଼ ହୋଇଥିଲା । ଏହି କାରଣରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାହାଘର ପାର୍ଟିରେ ଥିବା ବର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ପାର୍ଟିରେ କନ୍ୟା ଜଣଙ୍କ ସାମିଲ ହୋଇ ନଥିଲେ । ତେଣୁ ସେ ବିଜୁଳି ମାଡ଼ରୁ ବର୍ତ୍ତି ଯାଇଛନ୍ତି । ଗୋଟିଏ ସପ୍ତାହ ହେଲାଣି ବାଂଲାଦେଶରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ବିଜୁଳି ମାଡ଼ ହେବାରୁ କୋକ୍ସ ବଜାରରେ ୨୦ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ଏମାନଙ୍କ ମଧ୍ୟରେ ୬ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ମଧ୍ୟ ରହିଥିଲେ । ଏବେ ପୁଣି ଶିବଗଞ୍ଜରେ ବିଜୁଳି ମାଡ଼ ୧୬ ଜଣଙ୍କ ଜୀବନ ନେଇଛି ।

Get real time updates directly on you device, subscribe now.