fbpx

ଜେଲ୍ ରୁ ୧୬ ଜଣ କଏଦୀ ଫେରାର

ଯୋଧପୁର,୬ା୪ (ଓଡିଶା ଭାସ୍କର): ଜେଲ୍ ରୁ ୧୬ ଜଣ କଏଦୀ ଫେରାର । ଘଟଣାଟି ରାଜସ୍ଥାନର ଯୋଧପୁର ଅଂଚଳରେ ଘଟିଛି । ସୂଚନା ଅନୁସାରେ ସୋମବାର ରାତି ୮ଟା ସମୟରେ ଯୋଧପୁର ପରିସର ଜେଲ୍ ମଧ୍ୟରୁ ଏହି କଏଦୀମାନେ ଫେରାର ହୋଇଛନ୍ତି । ସନ୍ଧ୍ୟାରେ କଏଦୀମାନଙ୍କୁ ବ୍ୟାରେକରେ ବନ୍ଦ କରୁଥିବା ବେଳେ ସେମାନେ ସିପାହୀମାନଙ୍କୁ ଧକ୍କା, ବିଧା ମାରିବା ଆରମ୍ଭ କରିଥିଲେ । ଏହାସହ ସେମାନଙ୍କ ଆଖିରେ ଲଙ୍କା ଗୁଣ୍ଡ ଛାଟି ସେଠାରୁ କଏଦୀମାନେ ଫେରାର ହୋଇଯାଇଥିଲେ ।

ଏହି ଘଟଣା ନେଇ ଜେଲ ପ୍ରଶାସନ କହିଛନ୍ତିିି ଯେ , ଏହା ଆକସ୍ମିକ ଘଟଣା ବୋଲି ଜଣାପଡ଼ୁ ନାହିଁ । ବିଧିବଦ୍ଧ ଭାବେ ଏହା ଆଗରୁ ଯୋଜନା କରାଯାଇଛି । ଜେଲ ବାହାରେ ଆଗରୁ ଆସି ଏକ ସ୍କର୍ପିଓ ଗାଡ଼ି ଛିଡ଼ା ହୋଇଥିଲା କଏଦୀମାନେ ସେଥିରେ ଫେରାର ହୋଇଯାଇଛନ୍ତି ବୋଲି କୁହାଯାଉଛି । ପୁରା ଅଂଚଳକୁ ନାକାବନ୍ଦୀ କରାଯିବା ସହ ପଡ଼ୋଶୀ ଜିଲ୍ଳାରେ ମଧ୍ୟ ସୂଚନା ଜାରି କରାଯାଇଛି । ଏହା ପୂର୍ବରୁ ୨୦୧୦ ମସିହାରେ ଚିତ୍ତୋରଗଡ ଜିଲ୍ଲା କାରାଗାରାରୁ ୨୩ ଜଣ କଏଦୀ ଫେରାର ହୋଇଯାଇଥିଲେ ।

Get real time updates directly on you device, subscribe now.