fbpx

ଏଣିକି ୫ ପର୍ଯ୍ୟଟନସ୍ଥଳୀରେ ହେବ ରୋପ ୱେ

ଭୁବନେଶ୍ୱର, ୬ା୪ (ଓଡିଶା ଭାସ୍କର) : ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ପର୍ଯ୍ୟଟନ ଶିଳ୍ପରେ ସମୃଦ୍ଧି ଆଣିବା ପାଇଁ ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳୀରେ ରୋପ ୱେ କରାଯିବାର ବ୍ୟବସ୍ଥା କରାଯିବ । ଯଦ୍ୱାରା ଅନ୍ୟ ରାଜ୍ୟର ପର୍ଯ୍ୟଟକ ମାନେ ଓଡିଶା ଆସିବାକୁ ମନ ବଳାଇବେ । ତେବେ ଏହି ୫ଟି ପର୍ଯ୍ୟଟନସ୍ଥଳୀ ହେଲା କପିଳାସ, ନୃସିଂହନାଥ-ହରିଶଙ୍କର, ଧଉଳିଗିରି, ଭୀମକୁଣ୍ଡ ଏବଂ ପଞ୍ଚଲିଙ୍ଗେଶ୍ୱର । ଏହିସବୁ ସ୍ଥାନରେ ରୋପ ୱେ କରାଯିବା ନେଇ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।

ତେବେ ଖାଲି ସେତିକି ନୁହେଁ ଏହି ୫ଟି ପର୍ଯ୍ୟଟନସ୍ଥଳୀ ବ୍ୟତୀତ ପୁରୀରୁ କୋଣାର୍କ ରୋପ ୱେ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ବିଚାରାଧିନ ରହିଛି । ତେବେ ଏହି ୫ଟି ସ୍ଥାନରେ ରୋପ ୱେ କରାଯିବା କାମ ୧୬ ମାସ ଭିତରେ ସାରିବା ନେଇ ଯୋଜନା କରାଯାଇଛି । ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.