fbpx

କମଳା ଖାଇବା ଦ୍ୱାରା ମିଳିଥାଏ ୧୬ଟି ଉପକାରୀତା, ହାଲୁକା ଭାବେ ନ ନେଇ ଏହାକୁ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ

ଓଡିଶା ଭାସ୍କର; ବଜାରରେ ସବୁ ସମୟରେ ଉପଲବ୍ଧ ରହୁଥିବା ଫଳ ହେଉଛି କମଳା । ଚଳନୀୟ ଦର ସହ ଅତି ସୁବିଧାରେ ଏହା ସବୁଠି ମିଳିଥାଏ । ସେହିପରି ଅନେକ ଜଣଙ୍କ ବାଡି ବଗିଚାରେ କମଳା ଗଛ ମଧ୍ୟ ରହିଥାଏ । କମଳା ପାଟିକୁ ସୁଆଦିଆ ଲାଗିବା ସହିତ, ସେଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀତା ଗୁଣ ଭରି ରହିଛି ଯାହା ଏକ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱ ରଖିଥାଏ ।

ଏହି ସାଧାରଣ ଫଳଟି ଅନେକ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ବିଶେଷକରି ବର୍ଷା ଦିନେ ଓ ଶୀତ ଦିନେ ଏହାର ଆବଶ୍ୟକତା ଅଧିକ ରହିଥାଏ । ଏହି କମଳା ରସକୁ ସୂର୍ୟ୍ୟକିରଣ ରସ ମଧ୍ୟ କୁହାଯାଏ କାରଣ ଏହାର ଗୋଟିଏ ଗ୍ଲାସ ଶରୀର ପାଇଁ ଚମତ୍କାର କରିପାରେ । କମଳରେ ପ୍ରଚୁର ପରିମାଣରେ ଭିଟାମିନ୍’ସି’, ଫାଇବର ,କ୍ୟାଲସିୟମ୍ ଭଳି ଅନେକ ପୋଷକ ତତ୍ୱ ଭରି ରହିଥାଏ । କମଳା ବର୍ଷା ଦିନେ ହେଉଥିବା ଭାଇରାଲ ଇନଫେକସନ ଆଶଙ୍କା କମ୍ କରିଥାଏ । ଏଣୁ ବର୍ଷା ଦିନେ କମଳା ଖାଇବା ନିହାତି ଆବଶ୍ୟକ । ସେହିପରି ଏହା ଇମ୍ୟୁନ ସିଷ୍ଟମକୁ ମଜବୁତ୍ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା କମଳା ଖାଇବା ଦ୍ୱାରା, ଏଥିରୁ କ’ଣ ସବୁ ଉପକାରୀତା ମିଳିଥାଏ ।

  1. ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ
  2. ଭିଟାମିନ୍ ସି ର ଉତ୍ସ
  3. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
  4. ଶରୀରକୁ ଡିଟକ୍ସାଇଫ୍ କରେ
  5. ରକ୍ତ ସଞ୍ଚାଳନ
  6. ପ୍ରଦାହକୁ କମ କରିଥାଏ
  7. ମଧୁମେହ ରୋଗୀଙ୍କ ପାଇଁ ଭଲ
  8. ହୃଦ୍‌ରୋଗ ପାଇଁ ଭଲ
  9. ବାର୍ଦ୍ଧକ୍ୟ ନିରୋଧ ଭାବେ କାମ କରେ
  10. ଅସ୍ଥି ଏବଂ ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରେ
  11. ଶକ୍ତିଶାଳୀ ଅସ୍ଥି କରିବାରେ ସାହାଯ୍ୟ କରେ
  12. ରକ୍ତହୀନତାର ଦୂର କରେ
  13. କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରଖେ
  14. ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦୂର କରେ
  15. ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ
  16. ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ

Get real time updates directly on you device, subscribe now.