fbpx
BSKY SKY
BSKY SKY

ଏସିଆ କପ୍ ରେ ଇତିହାସ ରଚିଲେ ସାର୍ ଜାଡେଜା: ବୋଲିଂରେ କରିଦେଲେ ଏଭଳି କମାଲ

BSKY

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ପରେ ଅଲରାଉଣ୍ଡର ସାର୍ ଜାଡେଜା ନିଜର କମାଲ ଦେଖାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ନେଇ ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ବୋଲି ପ୍ରମାଣ କରିଛନ୍ତି ରବିନ୍ଦ୍ର ଜାଡେଜା । ଆଜି ଶ୍ରୀଲଙ୍କା ବିପକ୍ଷରେ ୨ଟି ୱିକେଟ ହାସଲ କରି ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ବର୍ତ୍ତମାନ ସାର୍ ଜାଡେଜା ଏସିଆ କପ୍ ରେ ସର୍ବାଧିକ ୱିକେଟ(୨୩) ନେଇଥିବା ବୋଲରଙ୍କ ତାଲିକାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ।

ସୁପର-୪ ଷ୍ଟେଜର ପଞ୍ଚମ ତଥା ଭାରତର ଦ୍ୱିତୀୟ ମ୍ୟାଚରେ ଟପ୍ ଅଲରାଉଣ୍ଡରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶନାକାଙ୍କ ୱିକେଟ ନେଇ ଏହି ଇତିହାସ ଲେଖିଛନ୍ତି ସାର୍ ରବିନ୍ଦ୍ର ଜାଡେଜା । ଦିନିକିଆ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ସେ ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ଭାବରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଶନାକାଙ୍କ ୱିକେଟ ସହ ସେ ମୋଟ ୨୩ଟି ୱିକେଟ ହାସଲ କରିଛନ୍ତି । ଏହାହ ଦିନିକିଆ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ । ତେବେ ଜାଡେଜାଙ୍କ ପୂର୍ବରୁ ଏହି ରେକର୍ଡ ଭାରତର ଷ୍ଟାର ଅଲରାଉଣ୍ଡର ଇରଫାନ ପଠାନଙ୍କ ନାମରେ ରହିଥିଲା । ସେ ଦିନିକିଆ ଏସିଆ କପ୍ କ୍ରିକେଟରେ ମୋଟ ୨୨ଟି ୱିକେଟ ହାସଲ କରିଛନ୍ତି ।

ତେବେ ଏହି ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ଚାଇନାମ୍ୟାନ ସ୍ପିନର କୁଳଦୀପ ଯାଦବ । କୁଳଦୀପ ମୋଟ ୧୭ଟି ୱିକେଟ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି । ଚତୁର୍ଥରେ ୧୭ଟି ୱିକେଟ ସହ ରହିଛନ୍ତି ସଚିନ ତେନ୍ଦୁଲକର । ତେବେ ଏହାପରେ ପଞ୍ଚମରେ ଭାରତର ପୂର୍ବତନ ଅଧିନାୟକ ତଥା ପ୍ରଥମ ବିଶ୍ୱକପ୍ ବିଜେତା ଅଧିନାୟକ କପିଲ ଦେବ ରହିଛନ୍ତି । କପିଲ ଦେବ ଏସିଆ କପରେ ମୋଟ ୧୫ ଟି ୱିକେଟ ନିଜ ନାମରେ କହୟରିଛନ୍ତି ।

Get real time updates directly on you device, subscribe now.