ବଡ଼ ଭାଇ ସମାନର ଭିଣେଇ ସାଜିଲା ନୃଶଂସ, ନିଜ ଶଳାର ବେକ କାଟି ହୋଇଗଲା ଫେରାର

News across the Earth, news close to your heart, Read Odisha Bhaskar English

ଓଡିଶା ଭାସ୍କର; ରାଗ, ହିଂସା, ବାଦ ଓ ବିବାଦ ଆଗରେ ଏଣିକି ତୁଚ୍ଛ ହେଇଯାଉଛି ସମ୍ପର୍କ । ଶତ୍ରୁ ନୁହେଁ ବରଂ ନିଜ ଲୋକଙ୍କ ହାତରେ ଯାଉଛି ଜୀବନ । ପୁଣି ଏକ ସମ୍ପର୍କ ଡୋରିରେ ଲାଗିଛି ରକ୍ତର ଛିଟା । ଭିଣେଇ ନିଜ ଶଳାର ବେକକାଟି ଫେରାର୍‌ ହୋଇଯାଇଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ମାନିଗି ବାଲସା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାପଲଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନିଗିବାଳସା ଗ୍ରାମର ଧର୍ମା ହିମିରିକା(୩୦) ନିଜ ଘରେ ଶୋଇଥିବାବେଳେ କୌଣସି କାରଣ ନେଇ ତାଙ୍କ ଭିଣେଇ କର୍ମା ହିମିରିକା(୩୫) ଏକ ଧାରୁଆ ଅସ୍ତ୍ରରେ ଶଳାଙ୍କ ବେକକୁ କାଟି ଦେଇ କେଉଁଆଡେ ଫେରାର୍‌ ହୋଇ ଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଧର୍ମାର ପରିବାର ଲୋକେ ବନ୍ଧୁଗାଁ ଥାନାରେ ଅଭିଯୋଗ କରିଛନ୍ତି । ବନ୍ଧୁଗାଁ ଥାନାର ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବନ୍ଧୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

ପୋଲିସ ୧୦୮/୨୦୨୩ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଧାରା ୩୦୨ ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି । ଅଭିଯୁକ୍ତ ତଥା ମୃତକଙ୍କ ଭିଣେଇ କୁର୍ମା ହିମିରିକାକୁ ଗିରଫ ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ । ତେବେ କେଉଁ କାରଣ ଯୋଗୁଁ ନିଜର ଶଳା କୁର୍ମା ଧର୍ମାକୁ ଭିଣେଇ ହତ୍ୟା କରିଛି ତାହାର କିଛି ସୂଚନା ମିଳିପାରି ନାହିଁ। କୁର୍ମାକୁ ଗିରଫ କରିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ଥାନା ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.