fbpx
BSKY SKY
BSKY SKY

ବଡ଼ ଖବର; ଶ୍ରୀଲଙ୍କାକୁ ପରାସ୍ତ କରି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତ

BSKY

ଓଡିଶା ଭାସ୍କର; ଏସିଆ କପ ଫାଇନାଲ ମ୍ୟାଚରେ ପ୍ରବେଶ କଲା ଭାରତ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ର ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୨୧୪ ରନର ଏକ ଲମ୍ବା ଅଙ୍କର ଟାର୍ଗେଟ ଦେଇଥିବାବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ମାତ୍ର ୧୭୨ ରନ କରି ଅଲଆଉଟ ହୋଇଛି ।
ସିଂହଳୀ ଦଳକୁ ୪୧ ରନରେ ପରାସ୍ତ କରିଛି ରୋହିତ ବାହିନୀ । ଏହି ବିଜୟ ସହ ଫାଇନାଲକୁ ଯାଇଛି ଭାରତ ।

ଶ୍ରୀଲଙ୍କା ପକ୍ଷରୁ ଦୁନିଥ ଓ୍ବାଲାଲାଙ୍ଗେ ସର୍ବାଧିକ ୪୨ ରନ କରିଥିବାବେଳେ ଧନଞ୍ଜୟ ଡିସିଲଭା ୪୧ ରନ କରିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୪ଟି ଉଇକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଉଇକେଟ ନେଇଥିଲେ ।

Get real time updates directly on you device, subscribe now.