fbpx

ପୁରୁଷଙ୍କୁ ଆକର୍ଷିତ କରିଥାନ୍ତି ଏଭଳି ମହିଳା, ମନେ ମନେ ଜୀବନସାଥୀ କରିବା ପାଇଁ ନେଇଥାନ୍ତି ନିଷ୍ପତ୍ତି

Advertisement

ଓଡ଼ିଶା ଭାସ୍କର: ପ୍ରଥମ ଦେଖାରେ କ’ଣ ଭଲପାଇବା ସମ୍ଭବ ? ଅନେକ ଥର ଏହି ପ୍ରଶ୍ନ ମନରେ ଆସିଥାଏ । ଏହାର ଉତ୍ତର ହେଉଛି ‘ହଁ’ । ପୁରୁଷ ହେଉ କିମ୍ବା ମହିଳା ଜଣେ ଅନ୍ୟ ପ୍ରତି ଆକର୍ଷିତ ହେବାର ଅନେକ କାରଣ ରହିଛି । ବ୍ୟକ୍ତିର ଲୁକ୍, ବ୍ୟବହାର, ହସ, ପରିପକ୍ୱତା, କାର୍ଯ୍ୟ ଦକ୍ଷତା ଇତ୍ୟାଦି । ଜଣେ ପୁରୁଷ ମହିଳାଙ୍କ ମଧ୍ୟରେ ଥିବା କିଛି ନା କିଛି ବିଶେଷ ଗୁଣ ଦେଖି ଆକର୍ଷିତ ହୋଇଥାନ୍ତି ଏବଂ ମନେ ମନେ ସେମାନଙ୍କୁ ଜୀବନସାଥୀ ରୂପରେ ଦେଖିଥାନ୍ତି ।

୧. ଜୀବନକୁ ଉପଭୋଗ କରୁଥିବା: ନିଜ ଜୀବନକୁ ଖୋଲିକି ଜୀଇଁପାରୁଥିବା ମହିଳା ପ୍ରତି ପୁରୁଷ ଆକର୍ଷିତ ହୋଇଥାନ୍ତି । ଜୀବନକୁ ଅତି ଗମ୍ଭୀରତାର ସହ ଦେଖୁଥିବା ଏବଂ ବୋରିଂ ମହିଳାଙ୍କ ସହ ରହିବା ପସନ୍ଦ କରି ନଥାନ୍ତି ପୁରୁଷ । ଚଞ୍ଚଳମନା, ପ୍ରତି କ୍ଷେତ୍ରରେ ସକାରାତ୍ମକ ଚିନ୍ତାଧାରା ସହ ସମସ୍ୟାର ସମାଧାନ କରିପାରୁଥିବା ମହିଳା ପୁରୁଷଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ଛୋଟ ଛୋଟ ଜିନିଷରେ ଖୁସି ଖୋଜି ପାରୁଥିବା ମହିଳା ଜୀବନରେ ସବୁବେଳେ ସନ୍ତୁଷ୍ଟ ଥାନ୍ତି । ନିଜେ ଖୁସି ରହିବା ସହ ଅନ୍ୟକୁ ମଧ୍ୟ ଖୁସି ରଖିଥାନ୍ତି ।

୨. ଉତ୍ସାହିତ କରୁଥିବା: ଜଣେ ପୁରୁଷ ସେହି ମହିଳା ସହ ରହିବାକୁ ପସନ୍ଦ କରିଥାଏ ଯିଏ ସେମାନଙ୍କୁ ଉତ୍ସାହିତ କରିଥାଏା । ପୁରୁଷଙ୍କ ଦକ୍ଷତା, ସେମାନଙ୍କ ସ୍ୱପ୍ନକୁ ପୂରା କରିବା ଦିଗରେ ଉଚିତ ମାର୍ଗଦର୍ଶନ ଦେଉଥିବା ମହିଳାଙ୍କୁ ପସନ୍ଦ କରିଥାନ୍ତି । ଏଭଳି ପାର୍ଟନରଙ୍କୁ ପୁରୁଷ କେବେ ବି ନିଜ ଠାରୁ ଦୂରେଇ ନଥାଏ ।

୩. କଥାବାର୍ତ୍ତାରେ ନିକ୍ଷୁଣ: ନିଜ କଥାବାର୍ତ୍ତା ଶୈଳୀରେ ଅନ୍ୟର ମନ କିଣିପାରୁଥିବା ମହିଳାଙ୍କୁ ପସନ୍ଦ କରିଥାନ୍ତି ପୁରୁଷ । ମହିଳାଙ୍କ ଗୁଡ୍ ସେନ୍ସ୍ ଅଫ୍ ହୁ୍ୟମର ମଧ୍ୟ ପୁରୁଷର ଧ୍ୟାନ ଆକର୍ଷିତ କରିଥାଏ । ଏଭଳି ମହିଳା ଆତ୍ମବିଶ୍ୱାସୀ ହୋଇଥାନ୍ତି । ସେମାନଙ୍କ କଥା କହିବା ଶୈଳୀ ଅନ୍ୟମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ ।

୪. ମେଳାପି ପ୍ରକୃତି: ମେଳାପି ପ୍ରକୃତିର ମହିଳା ପୁରୁଷଙ୍କୁ ପସନ୍ଦ ଆସିଥାଏ । ଅଧିକାଂଶ ସମୟରେ ପୁରୁଷ ଏଭଳି ମହିଳା ସହ ରହିବାକୁ ପସନ୍ଦ କରିନଥାଏ ଯିଏ ସବୁବେଳେ ତା’ ସାଙ୍ଗମାନଙ୍କ ଖୁଣ ବାହାର କରୁଥିବ ।

୫. ଦାୟିତ୍ୱବୋଧ: ଘର ଏବଂ ଅଫିସ୍ ଦାୟିତ୍ୱକୁ ଠିକ୍ ଭାବରେ ତୁଲାଇପାରୁଥିବା ମହିଳା ପୁରୁଷଙ୍କ ପ୍ରଥମ ପସନ୍ଦ । ଏଭଳି ମହିଳା ନିଜ ନିଷ୍ପତ୍ତି ଉପରେ ଦୃଢ଼ ଥାନ୍ତି । ସମସ୍ତଙ୍କ ହିତକୁ ଦୃଷ୍ଟିରେ ରଖି ଏମାନେ କାର୍ଯ୍ୟ କରିଥାନ୍ତି । ପାର୍ଟନରର ଦାୟିତ୍ୱକୁ ଠିକ୍ ଭାବରେ ବାଣ୍ଟି ପାରୁଥିବା ମହିଳା ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହୋଇଥାଏ ।

Get real time updates directly on you device, subscribe now.