fbpx

ଟଙ୍କା-ମଦରେ ଚାଲିଛି ରାଜ୍ୟ ରାଜନୀତି! ନିର୍ବାଚନ ମାହୋଲରେ ଜବତ ହେଉଛି ବିପୁଳ ଟଙ୍କା ଓ ଡ୍ରଗ୍ସ

AAKASH

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ମାହୋଲ ବର୍ତ୍ତମାନ ଖୁବ ସରଗରମ ରହିଛି । ଦଳୀୟ ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । କିନ୍ତୁ ଏହା ଭିତରେ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରୁ ମଦ ଏବଂ ଡ୍ରଗ୍ସ ଭଳି ନିଶାଦ୍ରବ୍ୟ ସହ ଟଙ୍କା ମଧ୍ୟ ଜବତ କରାଯାଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏସବୁ ଘଟଣା ନିର୍ବାଚନୀ ମାହୋଲକୁ ଗୋଳିଆ କରି ରଖିଛି । ପ୍ରେସମିଟରେ ଓଡ଼ିଶା ସିଇଓଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏବଂ ଭୋଟ ହାତେଇବା ପାଇ ରାଜନୈତିକ ଦଳ ମଦ ଏବଂ ଟଙ୍କା ଇତ୍ୟାଦିର ସାହାଯ୍ୟ ନେଉଥିବା ଆଶଙ୍କା ସୃଷ୍ଟି ହୋଇଛି ।

ଚଳିତ ନିର୍ବାଚନକୁ ସ୍ୱଚ୍ଛ ଏବଂ ସଫଳତାର ସହ ଶେଷ କରିବାକୁ ଓଡ଼ିଶା ପୋଲିସ ଡିପାର୍ଟମେଣ୍ଟ କଡ଼ାକଡ଼ି ଯାଞ୍ଚ ଜାରି ରଖିଛି । ଯାହା ଫଳରେ ବିଭିନ୍ନ ସ୍ଥାନରୁ ସନ୍ଦେହଜନକ ଜିନିଷ ଜବତ କରୁଛି ଫ୍ଲାଇଙ୍ଗ ସ୍କ୍ୱାଡ । ଅନେକ ସ୍ଥାନରୁ ବିପୁଳ ଟଙ୍କା ଜବତ କରିଥିବା ବେଳେ କିଛି ସ୍ଥାନରେ ମଦ, ଡ୍ରଗ୍ସ ଏବଂ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି । ତେବେ ଏହିସବୁ ଜବତ ଜିନିଷଗୁଡ଼ିକ ଭୋଟରଙ୍କୁ ହାତେଇବାକୁ ବା ଭୋଟ କିଣିବା ପାଇଁ ଦଳଗୁଡ଼ିକ ବ୍ୟବହାର କରୁଥିବା ଆଶଙ୍କା ରହିଛି । ତେବେ ଏହି ମାମଲାରେ ସବୁଠୁ ଆଗରେ ରହିଛି ବରଗଡ଼ । ଫ୍ଲାଇଙ୍ଗ ସ୍କ୍ୱାଡ ବରଗଡ଼ରେ ସର୍ବାଧିକ ୧ କୋଟି ୨୬ ଲକ୍ଷ ଟଙ୍କା ସହିତ ୮ ଲିଟର ମଦ ଜବତ କରିଛି । ଏହାବ୍ୟତୀତ କନ୍ଧମାଳରୁ ୩୬ ଲକ୍ଷ ଟଭ୍କା ଏବଂ ଆସ୍କାରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି ଫ୍ଲାଇଙ୍ଗ ସ୍କ୍ୱାଡ ।

ତେବେ ଗୋଟିଏ ପକ୍ଷେ ନିଶାଦ୍ରବ୍ୟ ତଥା ନିଶାଡ଼ିଙ୍କୁ ଜବତ କରୁଥିବା ବେଳେ ନିର୍ବାଚନୀ ହିଂସା ମାମଲା ମଧ୍ୟ ଦେଖିବାକୁ ମିଳୁଛି । ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାରେ ରହିଥିବା ଖଲ୍ଲିକୋଟ ହିଂସା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାସହିତ ମତଦାନ ପାଇଁ ଏଠାରେ ଆଡିସନାଲ ଡିଜି ର୍ୟାଙ୍କର ଜଣେ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.