fbpx
BSKY
BJD MC SKY
BJD MS SKY

ରାଜ୍ୟରେ ସଂକ୍ରମଣ କମିଲେ ବି କମୁନି ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ୱର,୧୭ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୬୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରୁ ୩,ସୁବର୍ଣ୍ଣପୁର ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ, ବରଗଡ଼, ଭଦ୍ରକ, ଭୁବନେଶ୍ୱର, କଟକ, ଗଞ୍ଜାମ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Get real time updates directly on you device, subscribe now.