fbpx
BJD
BJD SKY
BJD SKY

ରାଜ୍ୟରେ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

BJD

ଭୁବନେଶ୍ୱର,୧୫ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୨୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କଟକରୁ ୩, ଗଞ୍ଜାମ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ନୟାଗଡ, ଯାଜପୁର, ବାଲେଶ୍ୱର, ବୌଦ୍ଧ, କଳାହାଣ୍ଡି, ରାଉରକେଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.