fbpx

ଟିଟିଲାଗଡ଼: ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

AAKASH

ଟିଟିଲାଗଡ଼: (ଓଡ଼ିଶା ଭାସ୍କର) ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ । ପାଖାପାଖି ସମସ୍ତ ଦେକାନ ଥିବାରୁ ନିଆଁ ଲାଗିବା ଫଳରେ ସଂପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି ୧୭ଟି ଦୋକାନ ।

ଘଟଣା ସ୍ଥଳରେ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆାୟତ୍ତ କରିଛନ୍ତି । ଖବର ପାଇ ସାଧାରଣରେ ଚିନ୍ତା ବଢି ଯାଇଛି । କେମିତି ଓ କାହିଁକି ଲାଗିଲା ନିଆଁ ? ଏ ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ୍ । କେମିତି ଘଟିଲା ଏତେବଡ଼ ଅଘଟଣ ତାହା ହିଁ ଲୋକଙ୍କ ପାଇଁ ପ୍ରଶ୍ନବାଚୀ । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.