fbpx

ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ; ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଭୋଟିଂ ଆରମ୍ଭ

AAKASH

ନୂଆଦିଲ୍ଲୀ: ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ । ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ । ଦିଲ୍ଲୀର ସମସ୍ତ ୭ ସଂସଦୀୟ କ୍ଷେତ୍ର ପାଇଁ ଭୋଟିଂ । ହରିୟାଣାର ସମସ୍ତ ୧୦ ଲୋକସଭା କ୍ଷେତ୍ର ପାଇଁ ଭୋଟିଂ । ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ମତଦାନ କରିବେ ପ୍ରାୟ ୧୧.୧୩ କୋଟି ଭୋଟର । ୫.୮୪ କୋଟି ପୁରୁଷ, ୫.୨୯ କୋଟି ମହିଳା ଭୋଟର । ଷଷ୍ଠ ପର୍ଯ୍ୟାୟ ଦାୟିତ୍ୱରେ ୧୧.୪ ଲକ୍ଷ ପୋଲିଂ ଅଫିସର ।

୬ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୫୮ଟି ଲୋକସଭା ଆସନରେ ଚାଲିଛି ଭୋଟିଂ । ଦିଲ୍ଲୀର ସମସ୍ତ ୭, ବିହାରର ୮, ଜାମ୍ମୁ-କାଶ୍ମୀରର ଗୋଟେ, ଝାଡ଼ଖଣ୍ଡର ୩, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪, ପଶ୍ଚିମବଙ୍ଗର ୮ ଏବଂ ହରିୟାଣାର ୧୦ ଆସନ ପାଇଁ ଚାଲିଛି ମତଦାନ । ୫୮ ଆସନ ପାଇଁ ଦୌଡ଼ରେ ଅଛନ୍ତି ୮୮୯ ଜଣ ପ୍ରାର୍ଥୀ ।

ଦିଲ୍ଲୀର ସମସ୍ତ ୭, ବିହାରର ୮, ଜାମ୍ମୁ-କାଶ୍ମୀରର ଗୋଟେ, ଝାଡ଼ଖଣ୍ଡର ୩, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪, ପଶ୍ଚିମବଙ୍ଗର ୮ ଏବଂ ହରିୟାଣାର ୧୦ ଆସନ ପାଇଁ ଚାଲିଛି ମତଦାନ ।

Get real time updates directly on you device, subscribe now.