fbpx

ୟୁ-ଟ୍ୟୁବ୍ ଭିଡିଓ ଦେଖି ଛୁଆ ଜନ୍ମ କଲା ୧୭ ବର୍ଷର ଝିଅ, ଆଉ ତାପରେ…

ଥିରୁବନନ୍ତପୁରମ୍: କେରଳରେ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି ନିଜର ଛୁଆକୁ ଜନ୍ମ ଦେଇଛି । ପୋଲିସ୍ ର କହିବାନୁସାରେ, ଅକ୍ଟୋବର ୨୦ ତାରିଖରେ ଛୁଆକୁ ଜନ୍ମ ଦେବା ପରେ ତିନି ଦିନ ପର୍ଯ୍ୟନ୍ତ ଘରେ ହିଁ ରହିଥିଲେ । ହେଲେ ଯେତେବେଳେ ଉକ୍ତ ୧୭ ବର୍ଷର ଝିଅ ସଂକ୍ରମଣର ଶିକାର ହୋଇଥିଲା ଏହାପରେ ଏହି କଥା ସାମନାକୁ ଆସିଥିଲା । ଏହାପରେ ନାବାଳିକାର ମାଆ ତୁରନ୍ତ ତାକୁ ହସ୍ପିଟାଲକୁ ନେଇଥିଲେ । ବର୍ତ୍ତମାନ ୧୭ ବର୍ଷୀୟ ଝିଅର ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ସୂଚନା ଅନୁସାରେ, ଏହିଭଳି ଏକ ଖବର ଆସିଛି କେରଳର ମଲପ୍ପୁରମ୍ ଜିଲ୍ଲାରେ । ଡାକ୍ତରଙ୍କ ଚିକିତ୍ସା ପରେ ଏବେ ଉଭୟ ମାଆ ଓ ଛୁଆ ସୁରକ୍ଷିତ ଅଛନ୍ତି । ତେବେ ମଲପ୍ପୁରମ୍ ଜିଲ୍ଲା ଶିଶୁ କଲ୍ୟାଣ ସମିିତିର ଅଧ୍ୟକ୍ଷ ଆଡଭୋକେଟ୍ ଶାଜେଶ ବସ୍କର୍ ପୋଲିସ୍ କୁ ଏ ସମ୍ପର୍କରେ ଖବର ଦେଇଥିଲେ । ୧୭ ବର୍ଷୀୟ ଝିଅର କହିବାନୁସାରେ ପୋଲିସ୍ ତାଙ୍କ ମହଲାରୁ ୨୧ ବର୍ଷିୟ ଯୁବକକୁ ଗିରଫ କରିଛି । ଯିଏକି ନାବାଳିକାଙ୍କୁ ଗର୍ଭବତୀ କରିଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟ କଣ କଥା ହେଉଛି, ୧୭ ବର୍ଷୀୟ ଝିଅଟିର ମାଆ ତାର ଗର୍ଭାବସ୍ଥା ସମ୍ପର୍କରେ କିଛି ବି ଜାଣିନଥିଲେ ଓ ଦୁଇ ଦିନ ପର୍ଯ୍ୟନ୍ତ ପ୍ରସବ ବିଷୟରେ କିଛି ବି ଜାଣି ପାରିନଥିଲେ । ଝିଅଟିର କହିବାନୁସାରେ, ତାର ୫୦ ବର୍ଷୀୟ ମାଆଙ୍କୁ କିଛି ବି ଦେଖାଯାଏ ନାହିଁ ଓ ବାପା ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରନ୍ତି । ତେଣୁ ସେ ରାତି ଡ୍ୟୁଟି ରେ ଥିଲେ । ଝିଅଟି ନିଜ ମୋବାଇଲ୍ ଫୋନ୍ ସହିତ ନିଜକୁ ରୁମ୍ ଭିତରେ ବନ୍ଦ କରିଦେଇଥିଲା । ଏହି ସମୟରେ ତାର ମାଆଙ୍କୁ ଲାଗିଲା ଯେ, ସେ ଅନଲାଇନ୍ କ୍ଲାସ୍ କରିବାରେ ବୋଧ ହୁଏ ବ୍ୟସ୍ତ ଅଛି ।

ପୋଲିସ୍ ଦେଇଥିବା ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ଜଣକ ଝିଅଟିର ଅବସ୍ଥାର ଫାଇଦା ଉଠାଇଥିଲା । ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ୟୁଟ୍ୟୁବ୍ ଭିଡିଓ ଦେଖି ନିଜର ଗର୍ଭନାଳୀ କାଟିବାକୁ କହିଥିଲା । ଦୁହେଁ ଏହି ମାମଲାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ।

Get real time updates directly on you device, subscribe now.