fbpx

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୀଷ ହତ୍ୟା ମାମଲାରେ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି । ପ୍ରସନ୍ନଙ୍କ ୫ଟି ଘରେ ଏକାସାଙ୍ଗରେ ୫ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି । କଳ୍ପନା ଛକ ବାସଭବନ ଓ ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର ଗୋଦାମରେ ରେଡ୍ ହୋଇଛି । ଏହା ସହ ଲିଙ୍ଗିପୁର ଶାନ୍ତିବିହାର ଫର୍ଣ୍ଣିଚର ୱାର୍କସପ୍ ଓ ପାତ୍ରପଡ଼ା ସାଉଥସିଟି ବାର୍ରେ ରେଡ୍ ହୋଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ନୂହାପଡ଼ା ଗାଁରେ ଥିବା ୨ ମହଲା ଘରେ ବି ରେଡ୍ ହୋଇଛି । ଚଢ଼ାଉରେ ୫ଟି ଟିମରେ ୨ ଡିଏସପି ଓ ୫ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି । ବେଆଇନ ଭାବେ ବାର ଚଳାଇବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ ପ୍ରସନ୍ନ ଗିରଫ ହେବା ସହ ଚାକିରିରୁ ବହିଷ୍କୃତ ହୋଇଥିଲେ ।

Get real time updates directly on you device, subscribe now.