fbpx

ତିଆରି ହେଲା ଦୁନିଆର ପ୍ରଥମ ୟୁନିସେକ୍ସ କଣ୍ଡୋମ୍, ପୁରୁଷ-ମହିଳା ଦୁହିଁଙ୍କ ପାଇଁ ଏହା ଉଦ୍ଦିଷ୍ଟ

ନୂଆଦିଲ୍ଲୀ: ଦୁନିଆର ପ୍ରଥମ ୟୁନିସେକ୍ସ କଣ୍ଡୋମ୍ ପ୍ରସ୍ତୁତ କରାଯାଇଛି । ଏହାର ଉପଯୋଗ ଉଭୟ ପୁରୁଷ ଓ ମହିଳା କରିପାରିବେ । ତେବେ ଏହି ୟୁନିସେକ୍ସ କଣ୍ଡୋମ୍ କୁ ମାଲେସିୟାର ଜଣେ ଗାଇନେକୋଲଜିଷ୍ଟ୍ ତିଆରି କରିଛନ୍ତି । ଏହାକୁ ପ୍ରସ୍ତୁତ କରିଥିବା ଡାକ୍ତର ଓ ବୈଜ୍ଞାନିକ ମାନେ କହିଛନ୍ତି ଯେ, ଏହାକୁ ମେଡିକାଲ୍ ଗ୍ରେଡ୍ ମଟେରିୟଲ୍ ଦ୍ୱାରା ତିଆରି କରାଯାଇଛି, ଯାହାର ଉପଯୋଗ ସାଧାରଣତଃ ଡ୍ରେସିଂ କରିବାରେ ବ୍ୟବହାର କରାଯାଏ ।

ଏହି ୟୁନିସେକ୍ସ କଣ୍ଡୋମର ନାଁ ହେଉଛି ୱଣ୍ଡଲିଫ୍ ୟନିସେକ୍ସ କଣ୍ଡୋମ୍ । ମେଡିକାଲ ସପ୍ଲାଏ କରୁଥିବା ମାଲେସିୟା କମ୍ପାନୀ ଟ୍ୱୀନ୍ କାଟାଲିଷ୍ଟର ଗାଇନେକୋଲଜିଷ୍ଟ ଜନ୍ ତାଙ୍ଗ ଇନଂ ଚିନ୍ କହିଛନ୍ତି ଯେ, ଏହି କଣ୍ଡୋମ୍ ସହାୟତାରେ ଲୋକମାନେ ଜନ୍ମଦରକୁ ନିୟନ୍ତ୍ରଣ କରିପାରିବେ । ଏହା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ମଧ୍ୟ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଅନ୍ୟ ସାଧାରଣ କଣ୍ଡୋମ ପରି, ଏଥିରେ କେବଳ ଏକ ଚିପ୍କି ହୋଇ ରହୁଥିବା କଭରିଂ ରହିଛି । ଏହା ମହିଳାଙ୍କ ଭଜିନା ଓ ପୁରୁଷଙ୍କ ପେନିସ୍ ରେ ଲାଗି ରହିଯାଏ ।

ୱଣ୍ଡଲିଫ୍ ୟନିସେକ୍ସ କଣ୍ଡୋମ୍ ର ପ୍ୟାକେଟ୍ ରେ ଦୁଇଟି କଣ୍ଡୋମ୍ ରଖାଯାଇଛି । ଏହାର ଦାମ୍ ୨୭୧ ଟଙ୍କା ରଖାଯାଇଛି । ମାଲେସିୟାରେ ସାଧାରଣତଃ ଏକ ଡଜନ୍ କଣ୍ଡୋମ୍ ପ୍ୟାକେଟ୍ ର ଦାମ୍ ୩୬୨ ଟଙ୍କାରୁ ଆରମ୍ଭ କରି ୭୨୩ ଟଙ୍କା ପର୍ଯ୍ୟନ୍ତ ରହିଛି । ଜନ୍ ତାଙ୍ଗ ଇନଂ ଚିନ୍ ଏହାକୁ ତିଆରି କରିବାରେ ପଲିୟୁରେଥିନ୍ ପଦାର୍ଥର ବ୍ୟବହାର କରିଛନ୍ତି । ଏହି ପଦାର୍ଥକୁ ମେଡିକାଲ୍ ରେ ଡ୍ରେସିଂ କରିବାରେ ବ୍ୟବହାର କରାଯାଏ । ତେବେ ଏହି ପଲିୟୂରେଥିନ୍ ଖୁବ୍ ମଜତ୍ତ୍, ପତଳା ଓ ୱାଟରଫ୍ରୁଫ୍ ହୋଇଥାଏ । ଜନ୍ ତାଙ୍ଗ କହିଛନ୍ତି ଯେ, ଏହାକୁ ପିନ୍ଧିବା ପରେ ଶାରୀରିକ ସମ୍ବନ୍ଧ ରଖୁଥିବା ବ୍ୟକ୍ତିଙ୍କୁ ଜଣାପଡ଼ିବ ନାହିଁ ଯେ, ସେ କିଛି ପିନ୍ଧିଛନ୍ତି । ତେବେ ଏହି ୟୁନିସେକ୍ସ କଣ୍ଡୋମ୍ ର ଅନେକ କ୍ଲିନିକାଲ୍ ଟ୍ରାଏଲ୍ କରାଯାଇଛି । ଏହାକୁ ଡିସେମ୍ବର ମାସରେ ବଜାରରେ ଲଞ୍ଚ କରାଯିବ । ତେବେ ଏହା ଆଗାମୀ ଦିନରେ ବିଭିନ୍ନ ସପିଂ ଆପ୍ ଗୁଡ଼ିକରେ ଉପଲବ୍ଧ ହୋଇପାରେ ।

 

Get real time updates directly on you device, subscribe now.