fbpx

ମହମ୍ମଦ ଶାମିଙ୍କ ବିରୋଧରେ ବିଚ୍ଛିନ୍ନତା ଅଭିଯାନ ରଚିଥିଲା ପାକିସ୍ତାନ: ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ଭାରତର ଟି୨୦ ୱାର୍ଲ୍ଡ କପରେ ପାକିସ୍ତାନଠାରୁ ହାରିବା ପରେ ସୋସିଆଲ ମିଡିଆରେ ଫ୍ୟାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମି । ଇଣ୍ଟରନେଟରେ କିଛି ୟୁଜର୍ସ ତାଙ୍କ ପାଇଁ ଦେଶଦ୍ରୋହୀ, ଧୋକେବାଜ୍ ଭଳି ଶଦ୍ଦ ବ୍ୟବହାର କରିଥିଲେ, କିନ୍ତୁ ଫେସବୁକ ସେହି ଆପତ୍ତିଜନକ ଟିପ୍ପଣୀ ହଟାଇଦେଇଥିଲା । ଭାରତ ପାକ୍ ମ୍ୟାଚରେ ସାମୀଙ୍କ ଖରାପ ପ୍ରଦର୍ଶନ ଓ ମୁସଲମାନ ଖେଳାଳୀ ହୋଇ ଖେଳିଥିବାରୁ ତାଙ୍କର କିଛି ଫ୍ୟାନ୍ସ ସୋସିଆଲ ମିଡିଆରେ ଗାଳି ଗୁଳଜ କରିଥିଲେ । ଏହା ସହ ତାଙ୍କୁ ପାକିସ୍ତାନ ଚାଲିଯିବାକୁ କମେଣ୍ଟରେ ଧମକ ଦେଉଥିଲେ ।

ରିପୋର୍ଟ ମୁତାବକ, ଶାମିଙ୍କ ବିରୋଧରେ ଏଭଳି ବିଚ୍ଛିନ୍ନତା ଅଭିଯାନ ପାକିସ୍ତାନର ବିଜୟ ପରେ ଆରମ୍ଭ ହୋଇଥିଲା । ଶାମିଙ୍କୁ ଅନଲାଇନ୍ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଥିଲା । ମ୍ୟାଚ ସରିବା ପରେ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ପ୍ରଶଂସକମାନେ ତାଙ୍କୁ ଆପତ୍ତିଜନକ ବୟାନ ଦେଇଥିଲେ । ତେବେ ଏହାର ସୂତ୍ରଧାର ଜଣେ ପାକିସ୍ତାନୀ ଥିବା ଜଣାପଡିଛି । Counter Propaganda Division ଅନୁସାରେ, ପାକିସ୍ତାନ ଦ୍ୱାରା ଏହି ବିଚ୍ଛିନ୍ନତା ପ୍ରଚାର କରାଯାଇଥିଲା । ଇନଷ୍ଟାଗ୍ରାମରେ ଶାମିଙ୍କ ବିରୋଧରେ ବା ପକ୍ଷରେ କମେଣ୍ଟ କରୁଥିବା ଅଧିକାଂଶ ୟୁଜର୍ସ ପାକିସ୍ତାନ ଥିବା ଜଣାପଡିଛି ।

Get real time updates directly on you device, subscribe now.