fbpx
BJD SKY
BJD SKY

ବାହାନଗା ଭୟଙ୍କର ଦୁର୍ଘଟଣା: ଉଭୟ ଟ୍ରେନର ୧୭ ବଗି ଲାଇନଚ୍ୟୁତ, ୫୦ରୁ ଅଧିକ ମୃତ୍ୟୁ ଆଶଙ୍କା

BJD

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାକୁ ନେଇ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ମିଳିଥିବା ସଦ୍ୟ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାରେ ପ୍ରାୟ ୨୦୦ରୁ ଅଧିକ ଯାତ୍ରୀ ଗୁରୁତରଆହତ ହୋଇଛନ୍ତି । ତେବେ ଏହାସହିତ ପ୍ରାୟ ୫୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗଲୁରୁ-ହାୱଡା ଟ୍ରେନ ଉଭୟ ମଧ୍ୟରେ ଦୁର୍ଘଟଣା ହେବାରୁ ଉଭୟ ଗାଡିର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଦୁଇଟି ଟ୍ରେନର ୨୦୦ରୁ ଅଧିକ ଯାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ଏଭଳି ଏକ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରିଛନ୍ତି । ମୃତାହତ ବ୍ୟକ୍ତିଙ୍କ ପରିବାରକୁ ଟ୍ୱିଟ କରି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହିତ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମଧ୍ୟ ଏ ସମ୍ପର୍କାରେ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.